ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପକ୍ଷରୁ 13 ରୁ 29 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ସବୁଜ ପତାକା ଦେଖାଇ ଏକ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ । ଏହି ହକି ବିଶ୍ୱକପକୁ ସ୍ମରଣୀୟ କରାଇବା ସହ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ଛାତ୍ରୀମାନେ ହକି ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ । ଏହା ଆଗରୁ ହକି କପ କୁ ଅଧିକ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଧ୍ୟକ୍ଷାଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟରେ ରଙ୍ଗୋଲି ପ୍ରତିଯୋଗିତା, ଚିତ୍ରାଙ୍କନ, ବକୃତା ତଥା ପ୍ରବନ୍ଧ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଅନେକ ଛାତ୍ରୀ ଭାଗ ନେଇ ପାରଦର୍ଶିତା ଦେଖାଇଥିଲେ । ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଡକ୍ଟର ଭାରତୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ବରଦା ଆଚାର୍ଯ୍ୟ, କଲ୍ୟାଣି ମିଶ୍ର, ସି ଏଚ ନିର୍ମଳା, ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡିତଙ୍କ ସମେତ ଏଲ ଦୁର୍ଯ୍ୟୋଧନ, ଲାଲୀ ଖଡଗ ରାୟ, କେ. ଦୁର୍ଯ୍ୟୋଧନ, ଏଲ ଅଶୋକ ପ୍ରମୁଖ ଯୋଗ ଦେଇଥିଲେ ।
ମହିଳା ସ୍ନାତକ ମହା ବିଦ୍ୟାଳୟ ପକ୍ଷରୁ ବିଶ୍ୱ କପ ହକି ସଚେତନତା !!!

