ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ମୁଖ୍ୟ ରାସ୍ତାରେ ସକାଳ 10 ଘଟିକା ସମୟରେ ଏକ ଟ୍ରାକ୍ଟର ଓଲଟି ସ୍ଥାନୀୟ ଗରାମିଆ ଗ୍ରାମର ନରେନ୍ ମୁଣ୍ଡାଙ୍କ 12 ବର୍ଷର ପୁଅ ଅବିନାଶ ମୁଣ୍ଡାଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଛି ! କାଙ୍କଡ଼ପାଳ ଗ୍ରାମର ବିଦ୍ୟାଧର ପାଳିଆ ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ବିଦ୍ୟାଧର ପାଳିଆଙ୍କୁ ସ୍ଥାନୀୟ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ବେଳେ କାଳିଆପାଣି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଁଚି ନାବାଳକ ମୃତ ଶରୀର ଜବତ କରି ତଦନ୍ତ ଜାରି ରଖିଛି !
କାଙ୍କଡ଼ପାଳ ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଓଲଟି ଯୁବକ ଗୁରୁତର : ନାବାଳକ ଙ୍କ ଚାଲିଗଲା ଜୀବନ !!!

