ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରାମୋରୀ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳିରେ ପାଞ୍ଚଦିନ ଧରି ଚାଲିଥିବା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଏଥିରେ ବ୍ଲକ ସ୍ଥରୀୟ କୌଣସି ସଦସ୍ୟ ନ ଥିବାରୁ ଏହାକୁ ସରପଞ୍ଚ ତଥା ବାତ୍ୟା ଆଶ୍ରୟ ସ୍ଥଳିର ସଭାପତି ବସନ୍ତ ମାଳି, ସେକ୍ରେଟାରୀ ଉମାକାନ୍ତ ମହାରଣା ପରିଚାଳନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ୫୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ପଞ୍ଚାୟତର କିଛି ମହିଳା ମାନେ ମଧ୍ୟ ପ୍ରଶିକ୍ଷଣ ନେଇଥିଲେ। କିଭଳି ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କୁ ଉଦ୍ଧାର କରାଯାଇ ପାରିବ, ପ୍ରାଥମିକ ଚିକିତ୍ସା,ବନ୍ୟା ସମୟରେ ଲୋକଙ୍କୁ କିପରି ତତ୍କାଳୀନ ସାହାଯ୍ୟ କରାଯାଇ ପାରିବ ଏ ସବୁକୁ ଭୁବନେଶ୍ୱର ସିଭିଲ ଡ଼ିଫେନ୍ସରୁ ଆସିଥିବା ଦୁଇ ଟ୍ରେନର ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ଆଜି ଏହାର ଶେଷଦିନରେ ଅଂଶ ଗ୍ରହଣ କରିଥିବା ସମସ୍ତ ପୁରୁଷ ଓ ମହିଳା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଉମାକାନ୍ତ ମହାରଣା ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ଶେଷରେ ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କରିବା ପାଇଁ ଘୋଷଣା କରିଥିଲେ ।
ମୋରାମୋରୀ ପଞ୍ଚାୟତର ବାତ୍ୟା ଆଶ୍ରୟସ୍ଥଳିରେ ଚାଲିଥିବା ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଉଦଯାପିତ !!!

