କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଝରିଆପଦା ରେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ହୋଇଥିବା ଜଣାପଡ଼ିଛି । ଘଟଣା ଅନୁଯାୟୀ କୋଟଗଡ ଝରିଆପଦା ସାହିରେ ରହୁଥିବା ଗେଟାବାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦ୍ମଚରଣ ରଥ ନିଜ ଗୃହ ସମୁଖରେ ନିଜର କୁନି ପୁଅକୁ ଧରି ଠିଆ ହୋଇଥିବା ବେଳେ ସେହି ସାହିର ଯୁବକ କୁନା ଆସି ସକାଳ ପ୍ରାୟ ୯ ଟା ସମୟରେ ହଠାତ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ପାଖରେ ଥିବା ଚିକୁ ମିଶ୍ର ନାମକ ଯୁବକଙ୍କୁ ଛଡାଇଥିଲେ ଓ ସାଙ୍ଗେସାଙ୍ଗେ ଉଦ୍ଧାର କରି କୋଟଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ଘଟଣାସ୍ଥଳରୁ ହତ୍ୟା ଉଦ୍ୟମକାରୀ ଯୁବକ କୁନା ଫେରାର ହୋଇଯାଇଥିବା ଜଣାପଡିଛି । କୋଟଗଡ଼ ଥାନାରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ କୋଟଗଡ ଥାନା ଅଧିକାରୀ ଲଳିତ ମୋହନ ସାଗର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁନାକୁ ଖୋଜାଖୋଜି କରୁଛନ୍ତି । ହତ୍ୟା ଉଦ୍ୟମର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଗୁରୁତର ପଦ୍ମ ଚରଣ ରଥଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଦିଆଯାଇଛି ।
ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ : ଅଭିଯୁକ୍ତ ଫେରାର !!!

