ମାଛ କାତି ଦେଇଛି ରୋଜଗାର : ବାଲୁଗାଁରୁ କଲିକତା ଚାଲାଣ ହେଉଛି ମାଛ କାତି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାଛ କାତି ଆଣି ଦେଇଛି ରୋଜଗାର । ଅଦରକାରୀ ଅସନା ମାଛ କାତିରୁ ପ୍ରସ୍ତୁତ ହେଉଛି ବିଭିନ୍ନ ପ୍ରକାରର ଚୁମୁକି ଓ ଔଷଧ । ନିୟମିତ ଏହି ମାଛ କାତି ବାଲୁଗାଁରୁ କଲିକତା ଚାଲାଣ ହେଉଥିବା ବେଳେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି ମହିଳା । ଖବର ଅନୁଯାୟୀ ବାଲୁଗାଁ ମାଛ ପେଣ୍ଠ ଠାରେ କିଛି ମହିଳା ବ୍ୟବସାୟୀ ରୋହି ଓ ଭାକୁର ମାଛର କାତିକୁ ଭଲରେ ସଫାକରି ଏହାକୁ ଖରାରେ ଦୁଇ ତିନି ଦିନ ଶୁଖାଇଥାନ୍ତି । ଏହାପରେ କଲିକତା ବ୍ୟବସାୟୀଙ୍କୁ କେଜି ପ୍ରତି ୨୦ ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି । କଲିକତା ରେ ଏହି କାତି କୁ ପ୍ରୋସେସିଂ କରାଯାଇ ବିଭିନ୍ନ ଔଷଧ ପ୍ରସ୍ତୁତ ପାଇଁ ବିଦେଶକୁ ପଠାଯାଉଛି । ମାଛର କାତିକୁ ଅଦରକାରୀ ଭାବେ ଫୋପାଡି ଦେଉଥିବା ବେଳେ ଏହାକୁ କଲିକତାକୁ ରପ୍ତାନୀ କରି ଦୁଇ ପଇସା ରୋଜଗାର କରୁଛନ୍ତି ମାଛ ବ୍ୟବସାୟୀ । ଏନେଇ ଜଣେ ମାଛ କାତି ବ୍ୟବସାୟୀ କହିଛନ୍ତି, ” ମାଛ କାତିକୁ ଆମେ ଶୁଖାଇ କଲିକତା ପଠାଉଛୁ । ଏହାପରେ ସେମାନେ ମାଛକାତିକୁ ଗ୍ରାଇଣ୍ଡିଂ କରି ପାଉଡର ଭଳି ଗୁଣ୍ଡ ତିଆରି କରିଥାନ୍ତି । ଏହି ମାଛକାତି ଗୁଣ୍ଡ ଚାଇନାକୁ ରପ୍ତାନୀ ହେଉଛି । ସେଠାରେ ସେମାନେ ଏହି ଗୁଣ୍ଡକୁ ଖାଇଥାନ୍ତି । ଆମେ ମାଛକାତି କିଲୋ ୨୦ ରୁ ୩୦ ଟଙ୍କା ହିସାବରେ ବିକ୍ରି କରୁଛୁ । ପ୍ରତିମାସରେ ୨ ରୁ ୩ କ୍ବିଣ୍ଟାଲ ବିକ୍ରି ହେଉଛି । ଅଦରକାରୀ ପଦାର୍ଥ କୁ ଦାୟିତ୍ୱ ନେଇ ରୋଜଗାର ପନ୍ଥା ଆପଣେଇବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୂହେଁ ବୋଲି ପ୍ରକାଶ କରିଛନ୍ତି ଜୀବିକା ବିଶେଷଜ୍ଞ !

Leave a Reply

Your email address will not be published. Required fields are marked *