ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ସିପିପି ଛକ ଠାରେ ସଡକ ଦୁର୍ଘଟଣା ! ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ ଆରୋହୀ । ସୂଚନା ଅନୁଯାୟୀ ବାଇକ ଆରୋହୀ ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ଗ୍ରାମର ବିଷ୍ଣୁ ଦେହୁରୀ ଅଟନ୍ତି । ବିଷ୍ଣୁ ନାଲକୋ କାରଖାନାକୁ କାର୍ଯ୍ୟ କରିବା ପାଇଁ ଆସୁଥିବା ସମୟରେ ଟ୍ରକ ନଂ OD 35 D 3655 ସିପିପି କାରଖାନାରୁ କୋଇଲା ଖାଲି କରି ଆସୁଥିବା ସମୟରେ OD 19 D 7399 ବାଇକକୁ ଧକ୍କା ଦେଇଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ସୂଚନା ମିଳିଅଛି । ଖବର ପାଇ ନାଲକୋ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଜା କରିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ବାରମ୍ବାର ନାଲକୋ କାରଖାନାକୁ କୋଇଲା ବୋଝେଇ ଟ୍ରକ ପାଇଁ ସ୍ଥାନୀୟ ଜନ ସାଧାରଣ ଧନ ଜୀବନ ନଷ୍ଟ ହୋଉଥିବା ଦେଖିବାକୁ ମିଳୁଛି । ନାଲକୋ ଏହାର ସ୍ଥାୟୀ ପ୍ରତିକ୍ରିୟା ନ କଲେ ଆଗକୁ ଆନ୍ଦୋଳନ ରୂପ ନେବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *