ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ଦେବୀ ପ୍ରସାଦ ମିଶ୍ର : ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର୍,ଢେଙ୍କାନାଳ ପ୍ରେକ୍ଷାଳୟରେ,ସମଗ୍ର ଶିକ୍ଷା,ଢେଙ୍କାନାଳ ଆନୁକୁଲ୍ୟରେ ଦିବା ୯ ଘଟିକାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ପି ଏମ୍ ଶ୍ରୀ ଯୋଜନା ଅଧିନରେ ଢେଙ୍କାନାଳ ଜିଲ୍ଲାର ପ୍ରଥମ ୨୧ ଗୋଟି ପି ଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସମୂହର ଜିଲ୍ଳାସ୍ତରୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଉଦ୍ ଘାଟନୀ ଓ ଉଦ୍ ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର,ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଅଧିକାରୀ ମନୋଜ ରଞ୍ଜନ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ,ଅନ୍ୟତମ ସମ୍ମାନିତ ବିଶିଷ୍ଟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶିକ୍ଷାବିତ୍ ଲକ୍ଷ୍ମଣ କୁମାର ସାହୁ,ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପି ଏମ୍ ଶ୍ରୀ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀ,ବିଚାରକ ତଥା ଅନ୍ୟତମ ସମ୍ମାନିତ ଅତିଥି ଭାବରେଭାବରେ ଓଡ଼ିଶାର ଅନେକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସଫଳ ଅଧ୍ୟାପନା କରିଥିବା ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ,ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ.ଆଶିଷ କୁମାର ଜେନା,ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଗୋକୁଳାନନ୍ଦ ମହାପାତ୍ର,ସହ ବିଚାରକ,ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରି ମିଳିତ ଭାବରେ ଯୁବ ସଂସଦ କାର୍ଯ୍ୟକ୍ରମକୁ ସଫଳ ସଞ୍ଚାଳନ କରିଥିଲେ ଓ ସମସ୍ତ ପ୍ରତିଯୋଗୀଙ୍କ ଉଚ୍ଚକୋଟୀର ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଉଚିତ୍ ମୂଲ୍ୟାଙ୍କନ କରିଥିଲେ।ସେମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଯୋରନ୍ଦା,ଢେଙ୍କାନାଳର ନବମ ଶ୍ରେଣୀର ଛାତ୍ର ତନ୍ମୟ ରାଉତ ଓ ପି ଏମ୍ ଶ୍ରୀ ବାପୁଜୀ ହାଇସ୍କୁଲ୍ ,ଗଡପଳାସୁପଣି, କଙ୍କଡ଼ାହାଡ଼ ବ୍ଲକ୍ ନବମ ଶ୍ରେଣୀର ଛାତ୍ରୀ ସ୍ୱପ୍ନା ଅପର୍ଣ୍ଣା ମହାନ୍ତିଙ୍କୁ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ଆକର୍ଷଣୀୟ ଉତ୍ତରୀୟ,ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ରାଜ୍ୟସ୍ତରୀୟ ସୁରଭି ପ୍ରତିଯୋଗିତା -୨୦୨୬ର ଅଂଶବିଶେଷ ଭାବରେ ମଡେଲ୍ ମିଳିତ ଜାତିସଂଘ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାକୁ ପ୍ରତିନିଧିତ୍ଵ କରି ଅଂଶଗ୍ରହଣ ପାଇଁ ମନୋନୀତ କରାଯାଇଥିଲା।ସମସ୍ତ ଅଂଶ ଗ୍ରହଣକାରୀ ପ୍ରତିଯୋଗୀ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ବିଚାରକ ବୃନ୍ଦଙ୍କ ସମେତ ମଞ୍ଚାସୀନ ଅତିଥିବୃନ୍ଦ ପର୍ଯ୍ୟାୟ କ୍ରମେ ଉତ୍ତରୀୟ,ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ।ମଞ୍ଚାସୀନ ଅତିଥିବୃନ୍ଦ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଗଠନମୂଳକ ରାଜନୀତିରେ ସ୍ପୃହା ଆସିବ ଏବଂ ସେମାନେ ଆଗାମୀ ଦିନରେ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆଗେଇ ଆସିବେ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।
ଜିଲ୍ଲା ସ୍ତରୀୟ ମଡେଲ ପାର୍ଲିଆମେଣ୍ଟର ଶୀର୍ଷକ -“ଉଚ୍ଚ ଶିକ୍ଷା ନିୟାମକ ବିଲ୍ ଓ ରାଜ୍ୟ ମାନଙ୍କର ପ୍ରତିକ୍ରିୟା” ସମ୍ପର୍କରେ ଏକ ବିତର୍କ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ୨୧ ଗୋଟି ବିଭିନ୍ନ ପି ଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮୩ ଜଣ ଛାତ୍ରୀ,ଛାତ୍ର ନିଜ ନିଜର ୨୧ ଜଣ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,୨୧ ଜଣ ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ ଅଧ୍ୟାପିକା,ଅଧ୍ୟାପକ,ଅଭିଭାବିକା, ଅଭିଭାବକମାନଙ୍କ ସହିତ ଅଂଶ ଗ୍ରହଣକରି ଶାସକ ଓ ବିରୋଧୀ ଦଳ ଭାବେ ଭୂମିକା ନିର୍ବାହ କରିଥିଲେ।”ଉଚ୍ଚ ଶିକ୍ଷା ନିୟାମକ ବିଲ୍ ଓ ରାଜ୍ୟମାନଙ୍କର ପ୍ରତିକ୍ରିୟା”କୁ ପ୍ରସଙ୍ଗ କରି ବିରୋଧୀ ଦଳମାନେ ଶାସନ ବ୍ୟବସ୍ଥାର କଟୁ ସମାଲୋଚନା କରିଥିଲେ।ପ୍ରତ୍ୟୁତ୍ତରରେ ଶାସକ ଦଳ ଏହାର ନିରାକରଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅବଗତ କରାଇ ଏହି କ୍ଷେତ୍ରରେ ସମସ୍ତ ଅସୁବିଧାସବୁକୁ କିଭଳି ରୋକା ଯାଉଛି ସେ ସଂପର୍କରେ ବଳିଷ୍ଟ ଯୁକ୍ତି ଉପସ୍ଥାପନ କରିଥିଲେ।ଉଭୟ ଶାସକ ଓ ବିରୋଧୀ ଦଳ ପ୍ରତିପକ୍ଷଙ୍କୁ ଦୃଷ୍ଟାନ୍ତମୂଳକ ଜବାବ ଦେଇଥିଲେ।ଏହି ବିତର୍କ କାରଣରୁ, ଉଚ୍ଚସ୍ୱରରେ ବୟାନବାଜିରୁ ପ୍ରକୃତ ଛାୟା ସଂସଦର ଭ୍ରମ ସୃଷ୍ଟି ଏହା ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ,ସମ୍ମିଳିତ ଜାତୀୟ ସଙ୍ଗୀତ ଓ ବନ୍ଦେ ମାତରଂ ଗାନ କରାଯାଇ ଛାୟା ସଂସଦ ମଧ୍ୟରେ ଏକ ଦେଶାତ୍ମବୋଧକ ପରିବେଶ ସୃଷ୍ଟି କରାଯାଇ ପାରିଥିଲା।କାର୍ଯ୍ୟକ୍ରମ ସଂଚାଳକ ଢେଙ୍କାନାଳ ଜିଲ୍ଲା ପ୍ଲାନିଂ କୋର୍ଡିନେଟର୍ ସୁବର୍ଣ୍ଣା ମହାନ୍ତି,ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ଯତୀନ୍ଦ୍ର ପ୍ରାସାଦ କର,ମନୋହର ଶତପଥୀ,ରାଜେନ୍ଦ୍ର ପ୍ରସାଦ ଦାସ,ଅଶୋକ କୁମାର ସାହୁ,ଦୀପକ କୁମାର ବେହେରାଙ୍କ ସମେତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ,ସମଗ୍ର ଶିକ୍ଷା ଢେଙ୍କାନାଳର ସମସ୍ତ କର୍ମଚାରୀଙ୍କ ମିଳିତ ମାର୍ଗଦର୍ଶନରେ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା।ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ,ବି.ଆର୍.ସି.ସି ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ, ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ଯତୀନ୍ଦ୍ର ପ୍ରାସାଦ କର ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ସଭା ସଂଯୋଜନା ଓ ଫଳାଫଳ ଘୋଷଣା କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ପ୍ଲାନିଂ କୋର୍ଡିନେଟର୍ ସୁବର୍ଣ୍ଣା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ !


