ଔଷଧ ଦୋକାନ ଓ ଅଲ୍ଟ୍ରାସାଉଣ୍ଡ ସେଣ୍ଟର ଉପରେ ଡ୍ରଗ ଇନ୍ସପେକ୍ଟର ଙ୍କ ଚଢ଼ାଉ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମୁଖରେ ଥିବା ସମସ୍ତ ଔଷଧ ଦୋକାନ ଓ ଅଲ୍ଟ୍ରାସାଉଣ୍ଡ ସେଣ୍ଟର ମାନଙ୍କରେ ଡ୍ରଗ ଇନ୍ସପେକ୍ଟର ଙ୍କ ଚଢ଼ାଉ । ଅପରପଟେ ୨ ଦିନ ପୂର୍ବେ ମୁଖ୍ୟ ଚିକିତ୍ସାଳୟ କୁ ନେଇ ନଗର ବାସୀ ଓ ବିଭିନ୍ନ ସଙ୍ଗଠନ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ । ଯେଉଁ ଥିରେ ଔଷଧ ଦୋକାନୀ ମାନେ ସମର୍ଥନ ଜଣାଇଥିଲେ । ଆଜି ଡ୍ରଗ ଇନ୍ସପେକ୍ଟର ଙ୍କ ଔଷଧ ଦୋକାନ ମାନଙ୍କରେ ଚଢ଼ାଉ କରିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସମୁଦାୟ 5 ଟି ଦୋକାନ ସିଲ ହୋଇଛି ଏବଂ ବାକି ଅନ୍ୟାନ୍ୟ ପ୍ରୋସେସ ଚାଲିଥିବା କହିଛନ୍ତି ଡ୍ରଗ ଇନ୍ସପେକ୍ଟର । ତେବେ ଆନ୍ଦୋଳନରେ ସାମିଲ ହେବାର ଏହା ପରିଣାମ ବୋଲି ଆଲୋଚନା ଜୋର ଧରିଛି !

Leave a Reply

Your email address will not be published. Required fields are marked *