ଜମି ଘୋଟଲା ରେ ବାଙ୍କୀ ତହସିଲଦାର ଙ୍କ ବଦଳି : ଖୋଲିବ କେଳେଙ୍କାରୀ ଗୁମର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲାର ବାଙ୍କୀ ତହସିଲ କାର୍ଯ୍ୟାଳୟରେ ବହୁ ସରକାରୀ ଜମି, ଜଙ୍ଗଲ ଜମି ରେ ଘୋଟଲା ନେଇ ଅଭିଯୋଗ ସହିତ ଗଣମାଧ୍ୟମରେ ଦୁର୍ନୀତିର ଖବର ପ୍ରକାଶ ପାଇବା ପରେ ଏବେ ତହସିଲଦାର ଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି ।ବାଙ୍କୀ ତହସିଲ ଅନ୍ତର୍ଗତ ନାଟେରୀ, ଖଜୁରିପଦା, ଅଳସୁଆ, କେନ୍ଦୁପଲି ରେ ଏକର ଏକର ସରକାରୀ ଜମିକୁ ବ୍ୟକ୍ତିଗତ ଲୋକଙ୍କ ନାଁ ରେ କରି ଲକ୍ଷାଧିକ ଟଙ୍କାର କାରବାର ହୋଇଥିବାର ଅଭିଯୋଗ ହୋଇଥିଲା । ନାଟେରୀ ଗ୍ରାମବାସୀ ମାନେ କଟକ ଜିଲାପାଳ, ରାଜସ୍ୱ ବିଭାଗର ଶାସନ ସଚିବଙ୍କୁ ଅଭିଯୋଗ କରିଥିଲେ ।

ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ବାଙ୍କୀ ଉପଜିଲ୍ଲାପାଳ ତଦନ୍ତ ଲରିଥିଲେ । ଅନେକ ସରକାରୀ ଜମି ଏବେ ପୂର୍ବରୁ ଥିବା ଖାତା କୁ ଫେରାଇ ଅଣାଯାଇଛି । ଆହୁରି ବାକି ଥିବାବେଳେ ତହସିଲଦାର ସତ୍ୟ ରଂଜନ ପଣ୍ଡା ଙ୍କୁ ରାଜସ୍ୱ ବିଭାଗର ଚିଠି ନମ୍ବର ୨୨୧୭ ତା୧୮.୦୧.୨୦୨୩ ରେ ଆଠଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ! ସେହିଭଳି ଆଠଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲାପାଳ ପ୍ରଂଜ୍ଞା ପରମିତା ପୃଷ୍ଟି ଙ୍କୁ ରାଜ୍ୟ ରାଜସ୍ୱ ବିଭାଗର ଚିଠି ନମ୍ବର ୨୨୧୩ ତା ୧୮.୦୧.୨୦୨୩ ରେ ବାଙ୍କୀ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି । ଏବେ ସରକାରୀ ଜମି ବ୍ୟକ୍ତିଗତ ଲୋକ ଙ୍କ ନିକଟରୁ କିଭଳି ଫେରିବ ତାକୁ ନେଇ ଚିନ୍ତାରେ ପଶ୍ଚିମବାଙ୍କୀର ଜନସାଧାରଣ ।

Leave a Reply

Your email address will not be published. Required fields are marked *