ଉଦଯାପିତ ହେଲା ମକର ମହୋତ୍ସବ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବେଗୁନିଆ ବ୍ଲକ ଅଟ୍ରିର ଇଷ୍ଟ ଦେବ ବାବା ହାଟକେଶ୍ୱର ଦେବଙ୍କ ପୀଠରେ ପବିତ୍ର ମକର ସଂକ୍ରାନ୍ତି ଠାରୁ ଚାଲିଥିବା ମକର ମହୋତ୍ସବ ଉଦଯାପିତ ହୋଇଯାଇଛି l ପାଞ୍ଚ ଦିନ ଧରି ଚାଲିଥିବା ଏହି ମହୋତ୍ସବକୁ ସ୍ଥାନୀୟ ଲୋକ ଢେର ଉପଭୋଗ କରିଥିଲେ l ସଂକ୍ରାନ୍ତି ଦିନ ରାତ୍ର ତିନି ଟାରୁ ପ୍ରଭୁ ହାଟେକେଶ୍ୱରଙ୍କ ଦ୍ୱାର ଫିଟା ନୀତି ଆରମ୍ଭ ହୋଇ ପରେ ପରେ ଅଟ୍ରି ଉଷ୍ମପ୍ରସବଣ ଠାରେ ଗୁଆ ଖୋଜା ନୀତି ଆରମ୍ଭ ହୋଇଥିଲା l କେଉଁ ଆବାହମାନ କାଳରୁ କଥା ଅଛି ଏହି ସ୍ଥାନରୁ ଗୁଆ ପାଇଲେ, ଅପୁତ୍ରିକ ପୁତ୍ର ଲାଭ କରିଥାଏ l ସେହିପରି ଶୀତୁଆ ସନ୍ଧ୍ୟା ସାଙ୍ଗକୁ ମିନାବଜାର ବୁଲା, ତା ସାଙ୍ଗକୁ ଭଳିକି ଭଳି ଖାଦ୍ୟର ପସରା ଲୋକଙ୍କୁ ମହୋତ୍ସବ ବୁଲିବାକୁ ଆକର୍ଷିତ କରିଥିଲା l

ଦୀର୍ଘ ପାଞ୍ଚ ଦିନ ଚାଲିଥିବା ଏହି ମହୋତ୍ସବ ରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ସଭାକୁ ସଂଯୋଜନା କରିଥିଲେ ଯୁବ କବି ଗୋପୀନାଥ ସେଠି l ଏହି ଅବସରରେ ସ୍ଥାନୀୟ ବିଡ଼ିଓ ଲଷ୍ମୀଧର ସାହୁ, ସାମ୍ବାଦିକ ତଥା ଶିକ୍ଷାବିତ ଭଗବାନ ପଣ୍ଡା, ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ, ସତ୍ୟବାଦୀର ବିଧାୟକ ଉମାକାନ୍ତ ସାମନ୍ତରାୟ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଟେଲି ଅଭିନେତା ପୁପିନ୍ଦର ପ୍ରମୁଖ ଭିନ୍ନ ଭିନ୍ନ ଦିନରେ ଅତିଥି ରୂପେ ସଭାରେ ଯୋଗ ଦେଇଥିଲେ l ଉକ୍ତ ଉତ୍ସବରେ ପ୍ରତ୍ୟେକ ଦିନ ମଞ୍ଚରେ ବିଭିନ୍ନ କ୍ଷେତ୍ରରେ ସୁନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା l ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସମ୍ୱଲପୁରୀ, ସାନ୍ତାଳୀ ନୃତ୍ୟ, ପାଇକ ଆଖଡ଼ା, ଓଡିଶୀ ନୃତ୍ୟ, ସଂକୀର୍ତନ ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମେଲୋଡି ଏବଂ ମର୍ଡନ ଡ୍ୟାନ୍ସରେ ଲୋକରଣ୍ୟ ହୋଇଥିଲା ପରିବେଶ l

Leave a Reply

Your email address will not be published. Required fields are marked *