ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ସଭା ପରିଚାଳନା କରିବା ସହ ଛାତ୍ରୀମାନଙ୍କୁ ସାମ୍ପ୍ରତିକ ଯୁଗରେ ଆତ୍ମରକ୍ଷା କୌଶଳର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ । ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମରକ୍ଷାର କୌଶଳ ବିଷୟରେ ବୁଝାଇ ଥିଲେ । ଓଡ଼ିଆ ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ବାଗ୍ମୀ ରଞ୍ଜନ ସାଣ୍ଡ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଭବିଷ୍ୟତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । କ୍ରୀଡ଼ା ପ୍ରଶିକ୍ଷିକା ତଥା କାର୍ଯ୍ୟ ସଂଯୋଜକ ବିଜୟ ଲକ୍ଷ୍ମୀ ପଣ୍ଡା 4 ଜଣ ମାଷ୍ଟର ଟ୍ରେନର ଇତିରାଣୀ ନାୟକ, ପରିନିତା ଶବର, ଲଳିତା ପଢିଆରୀ ଓ ଦୀପ୍ତି ମୟୀ ସାହୁଙ୍କୁ ସାଥିରେ ନେଇ ପ୍ରଶିକ୍ଷଣ ଦେଇଥିଲେ । ଏହି ପ୍ରଶିକ୍ଷଣ 8 ଦିନ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ଦିଆଯିବ । ଇତିହାସ ଅଧ୍ୟାପକ ଡକ୍ଟର ନୃସିଂହ ପାଣିଗ୍ରାହୀ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ କିଭଳି ଜରୁରୀ ତାହା ବୁଝାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଡକ୍ଟର ମନସ୍ୱିନୀ ଦାସ, ଡକ୍ଟର ମହେନ୍ଦ୍ର ରଇତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *