ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ୪୮ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କ୍ରୀଡାବିତ୍ ତଥା ଅଲମ୍ପିଆନ୍ ପଦ୍ମଶ୍ରୀ ପ୍ରମୋଦ ଭଗତ ଯୋଗଦାନ କରି କ୍ରୀଡା ତଥା ଖେଳକୁଦ ହିଁ ଜୀବନର ଅନେକ ସଫଳତା ଆଣିପାରିବ ବୋଲି ମତ ରଖିଥିଲେ । କ୍ରୀଡାବିତ୍ ମାନଙ୍କୁ ତାଙ୍କର କ୍ରୀଡାରେ ସଫଳତା ଆଣିବା ପାଇଁ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ପଦ୍ମଶ୍ରୀ ଶ୍ରୀ ଭଗତ କହିଥିଲେ । ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ କ୍ୟାପଟେନ୍ ଭବାନୀ ପ୍ରସାଦ ହୋତା ସଭାପତିତ୍ୱ କରି ପଦ୍ମଶ୍ରୀ ଭଗତଙ୍କୁ କୃତଜ୍ଞତା ଜଣାଇବା ସହ ଛାତ୍ରଛାତ୍ରୀ ମାନେ ପଦ୍ମଶ୍ରୀ ଭଗତଙ୍କ ପରି ହେବା ପାଇଁ ପରାମର୍ଶ ଦେଇଥିଲେ । କ୍ରୀଡା କ୍ଲବର ଉପସଭାପତି ପ୍ରଧ୍ୟାପକ ଯୁଗଳ କିଶୋର ମଣ୍ଡଳ ବିବରଣୀ ପାଠ କରିଥିଲେ । ଉପାଧ୍ୟକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ , ସମ୍ମାନୀତ ଅତିଥି ଭାବେ ବାଙ୍କୀ ତହସିଲଦାର ଯୋଗଦାନ କରି କ୍ରୀଡାବିତ୍ଙ୍କ କ୍ରୀଡା ନିପୁଣତାକୁ ପ୍ରଶଂସା କରିଥିଲେ । +୩ ବାଳକ ବିଭାଗରେ ସୁବ୍ରତ କୁମାର ବେହେରା ଚମ୍ପିୟାନ୍ ହୋଇଥିବା ବେଳେ +୩ ବାଳିକା ବିଭାଗରେ ମନିବାଳା ଦଳେଇ ଓ ପ୍ରିୟଦର୍ଶିନୀ ବେହେରା, +୨ ବାଳକ ବିଭାଗରେ ସୁକେଶ ରଣା ଓ +୨ ବାଳିକା ବିଭାଗରେ ପାୟଲ ମହାନ୍ତି ଓ ମାମୁନି ବେହେରା ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । କ୍ରୀଡା ଅଧ୍ୟାପକ ରବି ନାରାୟଣ ପ୍ରଧାନଙ୍କ ତତ୍ୱାବଧାନରେ ୨ ଦିନ ବ୍ୟାପି କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । +୨ ଅଧ୍ୟକ୍ଷ ରାଜକିଶୋର ପାଲ୍, ପ୍ରଶାସନିକ ଅଧିକାରୀ ନିରଞ୍ଜନ ମହାନ୍ତି, ଅଧ୍ୟାପକ ଶୈଳେନ୍ଦ୍ର ନାରାୟଣ ଦେଓ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । ନିରଞ୍ଜନ ସାହୁ, କୃପାସିନ୍ଧୁ ପ୍ରଧାନ, ମିନକେତନ ପଣ୍ଡା, କୁନମୁନ୍ ବେହେରା, ରୁଦ୍ର ପ୍ରସାଦ ରଣା, ଦିଲ୍ଲୀପ ସାହୁ, ଦିନବନ୍ଧୁ ସ୍ୱାଇଁ, ସାଇଶଙ୍କର ଦେଓ, ଜିତେନ୍ଦ୍ର ଦେଓ ପ୍ରମୁଖ ସହାୟତା କରିଥିଲେ । ଅଧ୍ୟାପିକା ଚିନ୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀଭଗତଙ୍କୁ ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ଅଭିଯାନ, ବାଙ୍କୀ କ୍ରୀଡା ସଂସଦ ଓ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।
ବାଙ୍କୀ କଲେଜ ର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ !!!

