ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ଶିମିଳିପୁର ପଞ୍ଚାୟତ ରେ ଚଳିତ ବର୍ଷ ଜାଗର ମହୋତ୍ସବ ୨୦୨୩ ଆୟୋଜନ ପାଇଁ ସ୍ଥାନୀୟ ସିଦ୍ଧେଶ୍ୱର ପୀଠରେ ଉଭୟ ହରିରାଜପୁର ଓ ଶିମିଳିପୁର ର ସମସ୍ତ ଜାଗର ମହୋତ୍ସବ କର୍ମକର୍ତ୍ତା ଏବଂ ଉପଦେଷ୍ଟା ମଣ୍ଡଳୀ ଙ୍କୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାଗର ମହୋତ୍ସବ କମିଟି ର ସଭାପତି ଦେବୀଦତ୍ତ ବିଭୂତିରାୟ ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ! ଏଥିରେ ହରିରାଜପୁରର ସରପଞ୍ଚ ଅଦୈତ ବେଉରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ମୂଖ୍ୟ ରାସ୍ତା ଠାରୁ ସିଦ୍ଧେଶ୍ୱର ପୀଠ କୁ ଯିବା ପାଇଁ ରାସ୍ତାରେ ଏକ ଫଳକକୁ ଉଦଘାଟନ କରିଥିଲେ ! ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା , ସଭାକୁ ଅନୁଷ୍ଠାନର ଉପସଭାପତି ବିଭୁପ୍ରସାଦ ସାମଲ ପରିଚାଳନା କରିଥିଲେ । ଉପଦେଷ୍ଟା ସତ୍ୟରଞନ ମିଶ୍ର ନିଜର ବକ୍ତବ୍ୟ ରେ ଚଳିତ ବର୍ଷ କିଭଳି ସରସ ସୁନ୍ଦର ଭାବରେ ମହୋତ୍ସବ ଅନୁଷ୍ଠିତ ହେବ ସେ ସମ୍ପର୍କରେ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ । ବିଗତ ଦୁଇ ବର୍ଷ ହେବ କରୋନା ପାଇଁ ଏହି ମହୋତ୍ସବ ବନ୍ଦ ରହି କେବଳ ପୂଜା ରୀତିନୀତି ହୋଇ ଆସୁଥିଲା । ଏବେ କିନ୍ତୁ କୋଭିଡ କଟକଣା ଉଠି ଯିବା ପରେ ସମସ୍ତେ ଉତ୍ସାହିତ ହୋଇ ଏହି ମହୋତ୍ସବ କୁ ମନଭରି ଉପଭୋଗ କରିବା ପାଇଁ ଚାହିଁ ରହିଥିବା ଦେଖିବାକୁ ମିଳିଛି । ସଭାପତି ଦେବୀଦତ୍ତ ବିଭୂତିରାୟ ଆଜିର କାର୍ଯ୍ୟକ୍ରମର ସଫଳତାର ଶ୍ରେୟ ସମସ୍ତ ସଦସ୍ୟ ମାନଙ୍କୁ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

