ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ପଞ୍ଚାୟତ ପଡ଼ିଆ ସାହିରେ ଆଜି ଏକ ଅଘଟଣ ଦେଖିବାକୁ ମିଳିଛି । ଭିନ୍ନକ୍ଷମ ପୁଅ ସହ ବଚସା କାରଣକୁ ନେଇ ବୁଢ଼ା ବାପା ପୁଅକୁ ପଥରରେ ଛେଚି ଦେଇଛି । ସଙ୍କଟାପନ୍ନ ଅବସ୍ଥାରେ ପୁଅକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଇଟାମାଟି ପଞ୍ଚାୟତ ପଡିଆ ସାହିର ଦୈତାରୀ ମହାନ୍ତିଙ୍କ ଆକ୍ରମଣରେ ଭିନ୍ନକ୍ଷମ ପୁଅ ଶିବ ପ୍ରସାଦ ମହାନ୍ତି ଗୁରୁତର ହୋଇଛନ୍ତି । ଶିବ ପ୍ରସାଦ ନିଶା ସେବନ କରୁଥିବା କାରଣରୁ ପରିବାରରେ ସବୁବେଳେ ଝଗଡ଼ା ଲାଗି ଅସନ୍ତୋଷ ଲାଗି ରହୁଥିଲା । ପୁଅ ସବୁବେଳେ ବାପା ମାଆଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ତଥା ମାରପିଟ୍ କରୁଥିବାରୁ ଆଜି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ପରିଣାମ ସ୍ୱରୁପ ବାପା ଦୈତାରୀ ପଥରରେ ପୁଅକୁ ଛେଚି ଦେଇଥିବା ଜଣାଯାଇଛି ।
ଭେଣ୍ଡା ପୁଅକୁ ପଥରରେ ଆକ୍ରମଣ କଲା ବାପା : ଅବସ୍ଥା ଗୁରୁତର ଓ ଭୁବନେଶ୍ୱର ସ୍ଥାନାନ୍ତର !!!

