କଣାସ ବ୍ଲକ୍ ଗଡସାନପୁଟ ରେ ପଞ୍ଚାୟତ ସମିତି କ୍ରିଡ଼ା ମହୋତ୍ସବ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : କଣାସ ରେ ପଞ୍ଚାୟତ ସମିତି କ୍ରିଡ଼ା ମହୋତ୍ସବ ! ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଗଡସାନପୁଟ ପଞ୍ଚାୟତ ରେ ମହାଆଡମ୍ବରେ ପାଳିତ ହୋଇଯାଇଛି ପଞ୍ଚାୟତ ସମିତି କ୍ରିଡ଼ା ମହୋତ୍ସବ ! କାର୍ଯ୍ୟକ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ପବିତ୍ର କୁମାର ବେହେରା, ଏବିଡିଓ ମଙ୍ଗଳ ସିଂହ ହେମ୍ବ୍ରମ , ସ୍ଥାନୀୟ ସରପଞ୍ଚ‌ ଶର୍ମିଷ୍ଠା ଛୁଆଳସିଂହ , ଏବିଓ ନାରାୟଣ ପ୍ରଧାନ, ସମିତି ସଭ୍ୟ ବିଜୟ ଲକ୍ଷ୍ମୀ ପରିଡ଼ା ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଜକିଶୋର ଜେନା ଏବଂ ୨୮ ଟି ପଞ୍ଚାୟତ ର ୬୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଖେଳରେ ଅଂଶ ଗ୍ରହଣ କରିଥିଲେ । ଖୋଖୋ, କବାଡି, ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖୋଖୋ ରେ ୧୨ ଜଣ ବାଳକ ଉତ୍ତୀର୍ଣ୍ଣ ହୋଇଥିବା ବେଳେ , ୧୨ ଜଣ ବାଳିକା ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଫୁଟବଲ ରେ ୧୫ ଜଣଙ୍କୁ ମିଶାଇ ସମୁଦାୟ ୭୨ ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ଯେଉଁ ମାନେ ମନୋନୀତ ହେବେ ସେମାନେ ୨୭ ତାରିଖ ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ !

Leave a Reply

Your email address will not be published. Required fields are marked *