ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ , ଟାକରା ପଞ୍ଚାୟତ ଅନ୍ତର୍ଗତ ଚିଲିପଥର ଗ୍ରାମରେ ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହେବା ଖବର ଶୁଣି ଅଗ୍ନି ବିପନ୍ନ ଙ୍କୁ ଯାଇ ଭେଟିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . ପ୍ରଶାସନ ତରଫରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକୀୟ ସାହାଯ୍ୟ ପ୍ରଦାନ କରାଯିବ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି . ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଅଗ୍ନି ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ବସ୍ତ୍ର ବଣ୍ଟନ ପ୍ରଦାନ କରିଥିଲେ .