ବାଣପୁର ବ୍ଲକରେ ବିଜେପି ତରଫରୁ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଓ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ନରେନ୍ଦ୍ରପୁର ଗ୍ରାମ ପଂଚାୟତର ସମିତି ସଭ୍ୟ କନ୍ଦର୍ପ ଜେନା ଓ ସମସ୍ତ ଗ୍ରାମ ପଂଚାୟତର ସରପଂଚ ସମିତି ସଭ୍ୟ ଓ ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ମାନେ ଏକତ୍ରୀତ ହୋଇ ବାଣପୁର ବିଡିଓ ବୁଲବୁଲ ବେହେରାଙ୍କୁ ଏକ ଦାବୀପତ୍ର ଦେଇଛନ୍ତି ! ଆଗାମୀ ୭ ଦିନ ଭିତରେ ଯୋଗ୍ୟ ହିତାଧିକାରୀ ଚୟନ କରି ଆବାସ ପାଇବା ବ୍ୟବସ୍ଥା ନକଲେ ସମସ୍ତ ବ୍ଲକକୁ ବନ୍ଦ କରାଯିବ ବୋଲି ବିଡିଓଙ୍କୁ ଚେତାଇ ଦେବା ସହ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ! ଏହି କାର୍ଯ୍ୟକ୍ରମରେ ବାମନ ଚରଣ ଦାସ, ଜିତେନ୍ଦ୍ର ଭୋଳ ଏବଂ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *