ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ୭୪ ତମ ଜନରାଜ୍ୟ ଦିବସରେ ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ଚକାପଦାସ୍ଥ ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦର ପଞ୍ଚମ ସ୍ବନକ୍ଷତ୍ର ଉତ୍ସବ ମହା ସମାରୋହରେ ଭୂତନାଥ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ସ୍ବନକ୍ଷତ୍ର ଉତ୍ସବରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ, କବିତା ଆସର ସହିତ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ” ଗାଁ ର ମହକ ” ଉନ୍ମୋଚିତ ହୋଇଥିଲା । ପ୍ରଥମ ଅଧିବେଶନରେ କବି ବଂଶୀଧର ମହାପାତ୍ର ଏବଂ ଅଧ୍ୟାପିକା ମମତା ଜେନାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ଙ୍କ ସଭାପତିତ୍ବରେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଗୀତିକବି ବିଦ୍ୟୁତଲତା ଭୂୟାଁ , କବି ଲଲାତେନ୍ଦୁ ପଣ୍ତା ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ଜଣ କବି କବୟିତ୍ରୀ ଯୋଗଦେଇ ନିଜର ସ୍ବରଚିତ କବିତା ପାଠ କରିଥିଲେ । କବି କୌଶିକ ନାୟକ, ସରୋଜ ରାଉତ ,ବସନ୍ତ ସାହୁ , କବି ଶତରୂପା ମିଶ୍ର , ଭଗବାନ ସାମଲ, କବି ବିପ୍ଲବ , ଶକୁନ୍ତଳା ମଲ୍ଲିକ, ମୋନାଲିସା ପ୍ରିୟଦର୍ଶନୀ ନନ୍ଦ , ପୁଷ୍ପଲତା ମହାପାତ୍ର ପ୍ରମୂଖ କବିତା ପାଠ କରିଥିଲେ । ପ୍ରାରଂଭରେ ଦୁଇଜଣ ଟିକି ତାରକାଙ୍କ ଦ୍ବାରା ଓଡିଶୀ ନୃତ୍ୟ ଓ ଯୋଗ ପ୍ରଦର୍ଶନ କରାଯାଇଥିଲା ।

ଦ୍ବିତୀୟ ଅଧିବେଶନକୁ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ଉଦଘାଟନ କରିଥିଲେ । ବର୍ଷିୟାନ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଔପନ୍ୟାସିକ ଶୈଳୀ ସମ୍ରାଟ ଦେବ୍ରାଜ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ବାର୍ଷିକ ପତ୍ରିକା ” ଗାଁର ମହକ” କୁ ଶୁଭ ଉନ୍ମୋଚନ କରିଥିଲେ । ଉକ୍ତ ସାରସ୍ବତ ଉତ୍ସବରେ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ମୂଖ୍ୟବକ୍ତା ଭାବେ ଯୋଗଦେଇ ଯୁବ ସମାଜକୁ ଗାଁ ମନସ୍କ ହେବାକୁ ଆହ୍ବାନ ଦେଇଥିଲେ । ନେହୁର ଯୁବ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶୋକ କୁମା ସାହୁ , ଜିଲ୍ଲା ପରିଷଦ ସଦସ୍ୟ ମିନତୀ ମହାପାତ୍ର, ଖାଦ୍ୟ ନିଗମର ମହା ପ୍ରବନ୍ଧକ ପ୍ରଦୀପ କୁମାର ରଣା , ସମାଜସେବୀ ନଳିନୀ କାନ୍ତ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଂଶସା କରିବା ସହିତ ଗ୍ରାମ୍ୟ ସାହିତ୍ୟ ଉପରେ ଆଲୋକପାତ କରିଥିଲେ । ଉତ୍କଳ ଗ୍ରାମ୍ୟ ସ୍ବରାଜ ,କଟକର ସଭାପତି କଳିଙ୍ଗ ରତ୍ନ ବ୍ରହ୍ନାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସାରସ୍ବତ ସଭାରେ ଯୁବ ସାହିତ୍ୟିକ ସୁଧାକର ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ । ଦୁଇଟି ଯାକ ଅଧିବେଶନରେ ଅନୁଷ୍ଠାନର ଆବାହାକ ତଥା ସାମାଜିକ କର୍ମି ଅକ୍ଷୟ କୁମାର ସାମାଲ ଅତିଥି ପରିଚୟ ଏବଂ ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୧୬ ଜଣ ନବୀନ ଓ ତରୁଣ ପ୍ରତିଭାଙ୍କୁ ସ୍ବନକ୍ଷତ୍ର ଅବସରରେ ମାନପତ୍ର , ଉତ୍ତରୀୟ ଦେଇ ଅତିଥିମାନଙ୍କ ଦ୍ବାରା ସଂବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ବାଙ୍କୀ ଉପଖଣ୍ତର ସମସ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଭିତରେ କରାଯାଇଥିବା ପ୍ରବନ୍ଧ ପ୍ରତିଯୋଗୀତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସଂପାଦକ ବାବୁଲି ରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

