ବାଙ୍କୀ // ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ନିରଞ୍ଜନ ସାହୁ : ରାଜନୀତିରେ ଦଳ ବଦଳ ନୂଆ କଥା ନୁହେଁ ! ଜାତୀୟ ସ୍ତରରେ ମଧ୍ୟ ଅନେକ ନେତା ନିଜ ରାଜନୈତିକ ଫାଇଦା ପାଇଁ ଦଳ ବଦଳେଇଥିବାର ଘଟଣା ଘଟିଛି ! ତେବେ ନିର୍ବାଚନ ମଣ୍ଡଳୀରେ ଜଣେ ଶୀର୍ଷ ନେତା ଦଳ ବଦଳେଇ ଦେଲେ ତାହା ଦଳର ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇଥାଏ ! ଖୁବ ଶୀଘ୍ର ବାଙ୍କୀର ସାମନାକୁ ଆସିବ ଏପରି ଏକ ଘଟଣା , ଦୀର୍ଘ ଦିନ ଧରି ଯିବି ଯିବିନି ହେଉଥିବା ନେତା ଶେଷରେ ଦଳ ଡେଇଁବାକୁ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି ! ତେବେ ଏପରି ଘଟଣା ଶୁଣି ଚିନ୍ତାରେ ଆଗଧାଡିର କର୍ମୀ ! କାରଣ ବାଙ୍କୀ ରେ କ୍ଷମତାରେ ଥିବା ଶାସକ ଦଳର ପଞ୍ଚାୟତ ସ୍ତରୀୟ ନେତାମାନଙ୍କର ଦଳ ଅପେକ୍ଷା ଦଳର ଶୀର୍ଷ ନେତାଙ୍କ ସମ୍ପର୍କ ଅତି ନିବିଡ ! ଯଦି ଦଳକୁ ନୂଆ ନେତା ଆସି ଟିକେଟ ନେବେ , ତେବେ କଣ ହେବ ସେମାନଙ୍କର ରାଜନୈତିକ ଭବିଷ୍ୟତ ! ଏ ପ୍ରଶ୍ନ ଏବେ ସଭିଙ୍କୁ ବିଚଳିତ କରିବା ଆରମ୍ଭ କରିଛି !
ଖୁବ ଶୀଘ୍ର ବଦଳିବ ବାଙ୍କୀ ରାଜନୀତିର ଦୃଶ୍ୟପଟ୍ଟ : ନେତା ପୁରୁଣା – ହେଲେ ଚିହ୍ନ ନୂଆ !!!

