ପରିବେଶ ସୁରକ୍ଷା ପାଇଁ ବନାନୀ ପକ୍ଷରୁ ବିଶ୍ୱ ଯୋଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଆନ୍ତର୍ଜାତିକ ସବୁଜ ସୁରକ୍ଷା କାର୍ଯ୍ୟକ୍ରମ ବନାନୀ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ବିଶ୍ଵ ଯୋଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ପବିତ୍ର ଶ୍ରୀପଞ୍ଚମୀ, ୭୪ତମ ସାଧାରଣତନ୍ତ୍ର ଦିବସ ସହ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କର ଜନ୍ମ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ସବୁ ମଣିଷ ଯଦି ଗଛ ନ କାଟି ନିଜ ବାଡ଼ିରେ ସର୍ବନିମ୍ନ ଗୋଟିଏ ଗଛ ଲଗାଇ ଯତ୍ନର ସହିତ ବଞ୍ଚାଇ ରଖିପାରନ୍ତି ତେବେ ବିଶ୍ଵ ତାପାୟନକୁ ରୋକିବାରେ କୌଣସି ଅସୁବିଧା ହୁଅନ୍ତା ନାହିଁ ବୋଲି ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିଲେ । ବେଶୀ ଅକ୍ସିଜେନ୍ ବରଗଛରୁ ମିଳୁଥିବାରୁ ଫାଉଣ୍ଡେସନ ପରିସରରେ ଏହି ବରଗଛ ରୋପଣ, ପୂଜନ ଓ ସୂତ୍ର ବନ୍ଧନ ମାଧ୍ୟମରେ ବୃକ୍ଷର ସୁରକ୍ଷା, ଜଙ୍ଗଲର ସୁରକ୍ଷା ତଥା ପରିବେଶର ସୁରକ୍ଷା ନିମନ୍ତେ ଶପଥ ଗ୍ରହଣ ସହ ଚିନ୍ମୟ ଦାଶଙ୍କର ଜନ୍ମ ଦିନ ପାଳନ କରାଯାଇଥିଲା । ଚିନ୍ମୟ ଦାଶଙ୍କର ଏହି ଜନ୍ମ ଦିବସ କାର୍ଯ୍ୟକ୍ରମ ବିଭିନ୍ନ ଦେଶର ଚର୍ଚ୍ଚ, ମସଜିଦ, ମନ୍ଦିର ମାନଙ୍କରେ ପାଳନ କରାଯାଇଥିବାର ଦେଖିବାକୁ ମିଳିଥିଲା । ଆସନ୍ତା ୨୫ ଜାନୁୟାରୀ ୨୦୨୪ ମସିହା ସୁଦ୍ଧା ଯେଉଁମାନେ ସର୍ବନିମ୍ନ ଏକ ଶତରୁ ଅଧିକ ଗଛ ଲଗାଇ ବଞ୍ଚାଇ ରଖିଥିବେ ସେମାନଙ୍କୁ ଫାଉଣ୍ଡେସନ ପକ୍ଷରୁ ସବୁଜ ଯୋଦ୍ଧା ଓ ଯେଉଁମାନେ ୧୫୦ ରୁ ଉର୍ଦ୍ଧ୍ବ ଗଛ ଲଗାଇ ଯତ୍ନର ସହିତ ବଞ୍ଚାଇ ରଖିଥିବେ ସେମାନଙ୍କୁ ଗଛ ମଣିଷ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି । ଏହି ବିଶ୍ଵ ଯୋଡ କାର୍ଯ୍ୟକ୍ରମରେ ଶ୍ରୀମତୀ କାନନ ବାଳା ପଟ୍ଟାୟକ, ପ୍ରିତିକ୍ରିଷ୍ଣା ମହାନ୍ତି, ମାମାଲି ଦାସ, ମାଧବୀ ଦାସ ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *