ଏ.କେ.ବିଦ୍ୟାମନ୍ଦିର ରେ ଚକ୍ଷୁ ଚିକିତ୍ସା ଶିବିର !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା, ଦଧିବାମନପୁର ସ୍ଥିତ ସି.ବି.ଏସ.ଇ. ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ଚକ୍ଷୁ ଚିକିତ୍ସକ ଡ଼.ଲୋପାମୁଦ୍ରା ବେହୁରା ଏବଂ ଅଖିଳେଶ ସିହ୍ନା ଓ ଶେଖ କାସିମଙ୍କ ସହାୟତାରେ ଶତାଧିକ ପିଲା ମାନଙ୍କର ଆଖି ପରୀକ୍ଷା କରାଯାଇଥିଲା l ପୂର୍ବାହ୍ନରେ ଡ଼.ବେହୁରା ମୁଖ୍ୟ ଅତିଥି ଭାବରେ ଜି. ସନ ଅଲମ୍ପିୟାଡ଼ କୃତି ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଚେୟାରମ୍ୟାନ ଡ଼.ଚନ୍ଦନା ବେହେରା, ମାର୍ଗଦର୍ଶକ ଡ଼.ଅନିରୁଦ୍ଧ ଖିଲ୍ଲାର, ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ ସେମାନଙ୍କ ଅଭିଭାଷଣରେ ପିଲା ମାନଙ୍କୁ ଭବିଷ୍ୟତରେ ଭଲ ନାଗରିକ ହେବା ପାଇଁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଶାସକ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେ । ଡ଼.ବେହୁରା ଭବିଷ୍ୟତରେ ଅଧିକରୁ ଅଧିକ ଚକ୍ଷୁ ଚିକିତ୍ସା ଶିବିର କରିବାକୁ ପ୍ରତିଶୃତି ଦେଇଥିଲେ।

Leave a Reply

Your email address will not be published. Required fields are marked *