ଧଳାପଥର ସରସ୍ୱତୀ ଶିଶୁ ମନ୍ଦିର ର ତ୍ରୟୋଦଶ ବାର୍ଷିକ ଉତ୍ସବ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କୁମାର କର : ଧଳାପଥର ସରସ୍ୱତୀ ଶିଶୁ ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟପୁର ସାସନର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ହୋତା ଯୋଗଦେବା ସହ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବେ ରାଜସୁନାଖଳା ସଂଯୁକ୍ତ ପ୍ରମୁଖ ହରିହର ଦାସ ଯୋଗଦେଇ ଭବିଷ୍ୟତରେ ଛାତ୍ରଛାତ୍ରୀ ମାନେ ଭଲ ମଣିଷ ହେବା ସହ ଦେଶ ମାତୃକାର ସେବା କରିବା ପାଇଁ ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଧଳାପଥର ଗ୍ରାମ ପଞ୍ଚାୟତର ସରପଞ୍ଚ ନାରାୟଣ ସାହୁ ଓ ଯୁବ ସମାଜସେବୀ ମିହିର ରଞ୍ଜନ ନନ୍ଦ ଯୋଗଦାନ କରିଥିଲେ । ଏହି ସଭାରେ ସରସ୍ବତୀ ଶିଶୁ ମନ୍ଦିରର ପରିଚାଳନା କମିଟିର ସଭାପତି ମାଧବ ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ । ପରିଚାଳନା କମିଟିର ସଂପାଦକ ମାୟାଧର ପାଣିଗ୍ରାହୀ ସ୍ୱାଗତ ଭାଷଣ ଏବଂ ପରିଚୟ ପ୍ରଦାନ କରିଥିଲେ । କନିଷ୍ଠ ବର୍ଗର କ୍ରିଡା ଚମ୍ପିୟାନ ଛାତ୍ରୀ ଶୁଭଲକ୍ଷ୍ମୀ ସ୍ବାଇଁ, ଛାତ୍ର ଦେବାଶିଷ ପଣ୍ଡା, ଶିଶୁ ବର୍ଗର କ୍ରିଡା ଚମ୍ପିୟାନ ମଳୟ ରଞ୍ଜନ ସାହୁଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀମତୀ ହୋତା ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *