କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓୟୁଜେ କଟକ ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା । ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକ ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ) ର ସଭାପତି ବିଶିଷ୍ଟ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ଉଲ୍ଲେଖନୀୟ କୃତିତ୍ୱ ନେଇ ସମ୍ବର୍ଦ୍ଧିତ କରିଥିଲେ ! କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି , ଡିସିପି ପିନାକ ମିଶ୍ର, ଡିପିଆରଓ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତି ସମ୍ବର୍ଦ୍ଧିତ ହେବା ପରେ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ବତୀ କଳା ପରିଷଦ କନ୍ଦରପୁର, ଉତ୍କଳ ବିକାଶ ପରିଷଦ ,କଟକ ସଦର, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ , ବୟାଳିଶମୌଜ଼ା, ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ, ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ, ପ୍ରତିଭା ଶତପଥୀ, ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ, ଅଭିରାମ ସାହୁ, ଅଭିନେତା ଦୈତାରି ପ୍ରଧାନ, ଇଂ.ଅଶୋକ ବିଶ୍ଵାଳ, ପ୍ରଲୋପ ମହାପାତ୍ର, ବୁଲେଇ ବେହେରା, ବସନ୍ତ ପଣ୍ଡା, ସଂଗ୍ରାହକ ନାରାୟଣ ଚନ୍ଦ୍ର ପ୍ରମୁଖ ସାମ୍ବାଦିକ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ସୂଚନାଯୋଗ୍ୟ ପ୍ରଫୁଲ୍ଲ ମହାନ୍ତି , ଓୟୁଜେ କଟକ ଶାଖାର ସଭାପତି ଦାୟିତ୍ୱ ତୁଲାଇବା ସହ ବହୁ ସଂଗଠନର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ, ସାମ୍ବାଦିକତା, ସାହିତ୍ୟ ସଂସ୍କୃତିର ବିକାଶ ଓ ସମାଜସେବା ଆଦି ବହୁବିଧ କାର୍ଯ୍ୟରେ ନିଜକୁ ନିୟୋଜିତ ପୁର୍ବକ ଖୁବ କୃତିତ୍ୱ ଅର୍ଜନ କରିଛନ୍ତି ।
ଓୟୁଜେ କଟକ ଜିଲ୍ଲା ସଭାପତି ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା !!!

