ଜାତୀୟ ହସ୍ତଶିଳ୍ପ ମେଳା ରେ ଗଜପତି କଳାକାର ଙ୍କ ନୃତ୍ୟ ପ୍ରଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ହସ୍ତଶିଳ୍ପ ମେଳା ରେ ଗଜପତି କଳାକାର ଙ୍କ ନୃତ୍ୟ ପ୍ରଦର୍ଶନ ! ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଓଡିଶା ସରକାର ଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଚାଲିଥିବା ୧୭ ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ମଂଚ ରେ ନୃତ୍ୟ ପରିବେଷଣ କଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର କ୍ରିଏଟିଭ ଆର୍ଟସ ର କଳାକାର । ଜିଲ୍ଲାର ପାରମ୍ପରିକ ଲାଞ୍ଜିଆ ସଉରା ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା । ଜାତୀୟ ମେଳାରେ ଗଜପତି ର କଳାକାର ମାନଙ୍କ ନୃତ୍ୟ ପ୍ରଦର୍ଶନ ରାଜଧାନୀ ବାସୀ ଙ୍କ ମନ ମୋହିଥିଲା, କିଛି ବର୍ଷ ପରେ ପାରଳାର ଯୁବ କଳାକାର ମାନେ ପୁଣି ଜାତୀୟ ମେଳାରେ କଳା ପ୍ରଦର୍ଶନ କରିଥିବା ଯୋଗୁଁ କଳାକାର ଙ୍କ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି, ନୃତ୍ୟରେ ସୁଦାମ ବରାଡ, ହାଡୁ ରାଉଳ, ଶିବ ପ୍ରଧାନ, କିଶୋର ଦାସ, ମନୋଜ ପାଣି ଙ୍କ ସମେତ ଅନେକ ଯୁବ କଳାକାର ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *