ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବସନ୍ତ ପଞ୍ଚମୀ ଠାରୁ ଦଶଦିନ ବ୍ୟାପୀ ମହା ସମାରୋହରେ ପାଳିତ ହୋଇଯାଇଛି ବାଗଦେବୀ ମା ସରସ୍ଵତୀ ଙ୍କ ପୂଜାର୍ଚ୍ଚନା । ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତରତ ପଞ୍ଚାୟତ ଦେବରାଳ ଗ୍ରାମ ରେ ପ୍ରସିଦ୍ଧ ସରସ୍ଵତୀ ପୂଜା ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ୫୦ ବର୍ଷ ରୁ ଅଧିକ ହେବ ଗ୍ରାମବାସୀ ମାନଙ୍କ ଦ୍ଵାରା ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ହୋଇଆସୁଛି । ଭସାଣ ସମୟରେ ପାରମ୍ପାରିକ ସିଘଂବାଜା ସାଙ୍ଗ କୁ ଆଧୁନିକ ଗୀତ ତାଳରେ ନାଚୁଥିଲେ ଗ୍ରାମବାସୀ । ମା ଙ୍କ ମୃଣ୍ମୟୀ ମୂର୍ତ୍ତି କୁ ଗାଁ ପରିକ୍ରମା କରିବା ସହିତ ପରମ୍ପରା ଅନୁଯାୟୀ ଘରକୁ ଘରକୁ ଭୋଗ ଲାଗି ହୋଇଥିଲା । ଶେଷରେ ମା ଙ୍କୁ ଲୁଣା ନଦୀ ରେ ବିସର୍ଜନ କରାଯାଇଥିଲା । ସେହିପରି କେଣ୍ଟାଳୋ ପଞ୍ଚାୟତ ଲେଙ୍କାସାହୀ ରେ ଥିବା ହରପାର୍ବତୀ କ୍ଲବ ପକ୍ଷରୁ ମା ସରସ୍ଵତୀ ଙ୍କ ଭସାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ବାଗଦେବୀ ମା ସରସ୍ଵତୀ ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ !!!

