ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଘଡୁଆଳ ଗ୍ରାମ ରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ଘଡୁଆଳ ଗ୍ରାମର ବିଜୟ କୁମାର ପଣ୍ଡାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପଣ୍ଡା ବୟସ (୫୨) ବର୍ଷ ବୋଲି ଜଣାପଡିଛି । ମୃତ ସନ୍ଧ୍ୟାରାଣୀ ଘଡୁଆଳ ୨ ନଂ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ହୋଇଥିବା ସୁଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରାଣୀ ପଣ୍ଡାଙ୍କୁ ପଡୋଶୀ ମାନେ ସକାଳେ ଘରକାମ କରୁଥିବାର ଦେଖିଥିଲେ । ଦିନ ୧୨ ଟା ସମୟରେ ପଡୋଶୀ ଗାଈ ପାଇଁ ତୋରାଣି ଆଣିବା ପାଇଁ ଯିବା ସମୟରେ ସନ୍ଧ୍ୟାଙ୍କୁ ଡାକିଥିଲେ। ସେ ନ ଶୁଣିବାରୁ ତାଙ୍କ ଘର ଭିତରକୁ ଯାଇଥିଲେ । ଘର ଭିତରେ ପଡୋଶୀ ଜଣକ ସନ୍ଧ୍ୟାରାଣୀଙ୍କୁ ସନ୍ଦେହଜନକ ଭାବେ ପଡିଥିବାର ଦେଖିଥିଲେ । ସନ୍ଧ୍ୟାରାଣୀ ଅଚେତ ଥିବା ଭାବୀ ପଡୋଶୀ ମାନେ ତାଙ୍କୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ସନ୍ଧ୍ୟାରାଣୀଙ୍କ ସ୍ବାମୀ ଓ.ଏସ.ଆର.ଟି.ସି ର କଟକ ଅଫିସରେ କାମ କରୁଥିବା ବେଳେ ପୁଅ ମଧ୍ୟ କଟକରେ ରହୁଥିବା ଜଣାପଡିଛି । ତାଙ୍କ ଝିଅଙ୍କ ବାହାଘର ହୋଇ ଯାଇଥିବାରୁ ଘରେ କେହି ଉପସ୍ଥିତ ନଥିଲେ । ପାରିପାଶ୍ବିକ ଅବସ୍ଥାକୁ ଦେଖିଲେ ସନ୍ଧ୍ୟାରାଣୀଙ୍କ ମୃତ୍ୟୁ କୁ ନେଇ ସନ୍ଦେହ ବଢୁଥିବା ବେଳେ ଟାଉନ୍ ଥାନା ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।