ବୈଦେଶ୍ୱର ମାଳିସାହି ସେବା ସମବାୟ ସମିତିର ନୂତନ ଗୃହ ଉଦଘାଟିତ !!!

Spread the love

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ନିକଟସ୍ଥ ବୈଦେଶ୍ୱର ମାଳିସାହି ସେବା ସମବାୟ ସମିତିର ନୂତନ ଗୃହ କୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉଦଘାଟନ କରିଛନ୍ତି ! ବୈଦେଶ୍ୱର ପଞ୍ଚାୟତର ସରପଞ୍ଚ ସୁରଞ୍ଜନ ପଣ୍ଡା ଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ରୂପେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପରିଚାଳନା ପରିଷଦ ର ସଭ୍ୟା ଅଶାନ୍ତି ବେହେରା ଯୋଗ ଦେଇଥିଲେ ! ସମବାୟବିତ ରବିନାରାୟଣ ମଙ୍ଗରାଜ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ୩୪ ନମ୍ବର ଜୋନର ଜିଲା ପରିଷଦ ସଭ୍ୟା ରଶ୍ମିତା ସାହୁ, ବୈଦେଶ୍ୱର ପଞ୍ଚାୟତର ସମିତି ସଭ୍ୟ ମହେଶ୍ୱର ମହାପାତ୍ର , ବାଙ୍କୀ ଏଆରସିଏସ ଜ୍ୟୋତି ରଂଜନ ସେଠି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୧୯୬୯ ମସିହାରେ ସ୍ଥାପିତ ଏହି ସମିତିରେ ମିନି ବ୍ୟାଙ୍କ କାର୍ଯ୍ୟ ପୁରୁଣା ପକା ଘରେ କାର୍ଯ୍ୟାଳୟ ଚାଲୁଥିବା ବେଳେ ଭଲ ପକା ଘର ଖଣ୍ଡିଏ ନ ଥିଲା ! କାର୍ଯ୍ୟାଳୟ ପାଇଁ ନୂତନ ଗୃହର ଆବଶ୍ୟକତା କୁ ଲକ୍ଷ କରି ସମବାୟ ବିଭାଗ ପକ୍ଷରୁ ଅନୁଦାନ ଆସିଥିଲା । ମାଳିସାହି ସେବା ସମବାୟ ସମିତିର ସଭାପତି ପ୍ରସନ୍ନ କୁମାର ରାଉତରାୟ ସଭା ସଂଯୋଜନା କରିଥିବା ବେଳେ ପୂର୍ବତନ ସରପଞ୍ଚ ତଥା ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ ଶିକ୍ଷକ କାମଦେବ ମହାପାତ୍ର ସମବାୟ ସମ୍ପର୍କରେ ଆଲୋକପାତ କରିଥିଲେ । ମାଳିସାହି ସେବା ସମବାୟ ସମିତି ର ସମ୍ପାଦକ ଦେବୀ ପ୍ରସନ୍ନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ଖୁବ କମ ସମୟ ମଧ୍ୟରେ ଗୃହ ର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିବାରୁ ସମିତିର ସମ୍ପାଦକ ଶ୍ରୀ ମହାପାତ୍ରଙ୍କୁ ପରିଚାଳନା ପରିଷଦ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *