କେନ୍ଦ୍ରର ଚାଉଳ କାଟ ବିରୋଧରେ ଗର୍ଜିଲା ଡେରାବିଶ ବ୍ଲକ ବିଜେଡି !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରର ଚାଉଳ କାଟ ବିରୋଧରେ ଗର୍ଜିଲା ଡେରାବିଶ ବ୍ଲକ ବିଜେଡି l ବ୍ଲକ କାର୍ଯ୍ୟଳୟ ଆଗରେ ଶାନ୍ତିପୂର୍ଣ ପ୍ରତିବାଦ l ଓଡିଶା ପ୍ରତି କେନ୍ଦ୍ର ସରକାରଙ୍କ ଟାଳ ଟୁଳ ନୀତି ଏବଂ 5 kg ଲେଖାଏଁ ଚାଉଳ କାଟ ବିରୁଦ୍ଧରେ ପ୍ରତିବାଦ ସଭା ଓ ଦାବିପତ୍ର ପ୍ରଦାନ । କେନ୍ଦ୍ର ସରକାର ଗରିବ ଙ୍କ ମୁହଁରୁ ଅନ୍ନ ଛଡ଼ାଇଲେ ,ଅନ୍ନଦାତା ଙ୍କୁ ଆର୍ଥିକ ସଙ୍କଟ ରେ ପକାଇଲେ , ଚାଷୀ ଭାଇ ଏବେ ମୁଣ୍ଡରେ ହାତ ଦେଇଛି । ଏହି ନାରା ଦେଇ ଡେରାବିଶ ବିଜେଡି ପକ୍ଷରୁ ଡେରାବିଶ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତିବାଦ ସଭା ରେ ପାଟକୁରା ବିଧାୟିକା ଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ଏବଂ ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *