ଚିନ୍ମୟ ଫାଉଣ୍ଡେସନର ୧୫୨ ତମ ସାପ୍ତାହିକ କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ଫ୍ରେବୃୟାରି ୧୨ ତାରିଖରୁ ଫେବୃୟାରୀ ୧୮ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଯାଜପୁର ଜିଲ୍ଳାର ବିଭିନ୍ନ ସ୍ଥାନ ମାନଙ୍କରେ ଚିନ୍ମୟ ଫାଉଣ୍ଡେସନର ସ୍ଵେଚ୍ଛାସେବୀ ମାନେ ବୁଲି ବୁଲି ଗରୀବ ଅସହାୟ, ବୁଭୁକ୍ଷୁ ମାନଙ୍କୁ ଖାଦ୍ୟ, ବସ୍ତ୍ର, ଗ୍ରୋସରୀ ସାମଗ୍ରୀ , ଇନଷ୍ଟା ଭେଜିଟେବୁଲ ୱାସ୍ ସହ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ଅସଚେତନ ବ୍ୟକ୍ତି ମାନଙ୍କୁ ସଚେତନ ସହ କୋଭିଡ୍ କିଟ୍ ମାନ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍, ଶ୍ରୀକ୍ଷେତ୍ର ସାହୁ, ରାକେଶ ଜେନା, ସାଗର ମଲ୍ଲିକ, ସମାଜସେବୀ ଦୀପକ ଜେନାଙ୍କ ସମେତ ଫାଉଣ୍ଡେସନର ବହୁ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଗତ ୧୪ ତାରିଖ ଦିନ ଭାରତରେ ୧୦୨ ଟି ନୂତନ ଭୁତାଣୁ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଏହାର ସଂଖ୍ୟା ୨ ରେ ସୀମିତ ଥିଲା ! ସେହିପରି ୧୭ ତାରିଖର ତଥ୍ଯ ଅନୁସାରେ ଓଡ଼ିଶାର ନୂତନ ଭୁତାଣୁ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଦେଶରେ ଏହାର ସଂଖ୍ୟା ଥିଲା ୧୧୭ । ଟିକିଏ ଅସଚେତନ ମଧ୍ୟ ସଂକ୍ରମଣ ସଂଖ୍ୟା ବଢାଇ ଦେଇପାରେ । ତେଣୁ ସମଗ୍ର ବିଶ୍ବରୁ ଏହି ଭୂତାଣୁ ଲୋପ ପାଇବା ପର୍ଯ୍ୟନ୍ତ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିବା ସହ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଚାଲିଥିବା ଏହି ସଚେତନତା ଓ ସେବା କାର୍ଯ୍ୟକ୍ରମ ଇତିମଧ୍ୟରେ ୧୦୬୪ ଦିନରେ ପହଞ୍ଚିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ଅନୁଷ୍ଠାନର ବିଭିନ୍ନ ଶାଖା ମନଙ୍କରେ ପ୍ରଦୀପ ପ୍ରଜ୍ଜଳନକରି ସମଗ୍ର ବିଶ୍ବରୁ ମହାମାରୀର ବିନାଶ ନିମନ୍ତେ ମହାଦେବଙ୍କ ନିକଟରେ ପ୍ରାର୍ଥନା କରଯାଇଥିଲା !

Leave a Reply

Your email address will not be published. Required fields are marked *