ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟ ଘଟଣାରେ ଥାନାରେ ଯୁବକ ଅଟକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପୂର୍ବତ୍ତନ ଅଧ୍ୟକ୍ଷ ବିଶ୍ୱଜିତ ଦାସଙ୍କ ଡ଼ୁବୁରୀ ସ୍ଥିତ ଘରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସମ୍ପତି ଲୁଟ ଘଟଣାରେ ଥାନାରେ ଯୁବକ ଅଟକ ! କଳିଙ୍ଗନଗର ଥାନା ଅନ୍ତର୍ଗତ ଡ଼ୁବୁରୀ ଗ୍ରାମର ବାସିନ୍ଦା ତଥା ସୁକିନ୍ଦା ବ୍ଲକର ପୁର୍ବତନ ଅଧକ୍ଷ ବିଜେଡ଼ି ନେତା ବିଶ୍ୱଜିତ ଦାସ ଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘରେ ପଶି ପ୍ରାୟ ଦଶ ଲକ୍ଷ ଟଙ୍କା ଏବଂ ପଚାଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଅଳଙ୍କାର ଲୁଟ କରିଥିବାର ଅଭିଯୋଗ ହୋଇଥିଲା ! ଖବର ମୁତାବକ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟ ରେ ପ୍ରାୟ 4 ଜଣ ଦୁର୍ବୁତ୍ତ ବିଶ୍ୱଜିତ ଦାସଙ୍କ ଘର ଝରକା କାଟି ପଶିଥିଲେ ! ଘର ଲୋକ ମାନେ ଶବ୍ଦ ଶୁଣି ଉଠି ପଡିବା ମାତ୍ରେ ସମସ୍ତଙ୍କ ମୁଣ୍ଡରେ ବନ୍ଧୁକ ଏବଂ ଛୁରୀ ଲଗାଇ ଧମକ ଦେଇଥିଲେ ! ଯଦି କେହି ପାଟି କରନ୍ତି ତେବେ ଜୀବନରେ ମାରି ଦେବାକୁ ଧମକ ଦେଇ ସମସ୍ତଙ୍କୁ ଗୋଟେ ରୁମ ଭିତରେ ପୁରାଇ କବାଟ ବନ୍ଦ କରି ଦେଇଥିଲେ ! ଚୋର ମାନେ ପ୍ରାୟ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ସବୁ ରୁମ କୁ ପଶି ସାମଗ୍ରୀ ଲୁଟ କରି ନେଇ ଯାଇଥିଲେ ! ପରେ ବିଶ୍ବଜିତ ଦାସ ସ୍ଥାନିୟ ପୋଲିସକୁ ସୂଚନା ଦେବା ପରେ କଳିଙ୍ଗନଗର ଥାନାର ଅଧିକାରୀ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ବତନ୍ତ୍ର ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିଲେ ! କଳିଙ୍ଗନଗର ଅଞ୍ଚଳର ଜଣେ ଯୁବକଙ୍କ ଉପରେ ସନ୍ଦେହ ସୃଷ୍ଟି ହେବାରୁ କଳିଙ୍ଗନଗର ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା କଳିଙ୍ଗନଗର ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *