ତ୍ରିକୋଣୀୟ ପ୍ରେମରୁ ହତ୍ୟା : ନାବାଳକ ସହ ଚାରି କୋର୍ଟ ଚାଲାଣ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କେବେ ପ୍ରେମ ପାଇଁ ଅପହରଣ , ତ କେବେ ହତ୍ୟା । ପ୍ରେମ ରେ ଅନ୍ଧ ହୋଇ ମଣିଷ ମଣିଷର ଜୀବନ ନେବାକୁ ପଛାଉ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଜୟପାଟଣା ଥାନା ପୋଲୋକାମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ କଲେଜ ଛାତ୍ର ଦିଲୀପ ବାଗ ନିଖୋଜ ଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଥିଲା । ଏ ନେଇ ପୋଲିସ ତତ୍ପରତା ଦେଖାଇବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ଜଣ ଙ୍କୁ ପ୍ରଥମେ ଅଟକ ରଖିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଜଣ ଙ୍କୁ ତଦନ୍ତ ପରିସରକୁ ଆଣିଥିଲା । ତଦନ୍ତ ରେ ଦୁଇ ଅଭିଯୁକ୍ତ ମୋହନ ମାଝୀ ଓ ନାବାଳକ ଡାକ୍ତର ନାଏକ ତ୍ରିକୋଣୀୟ ପ୍ରେମ ସମ୍ପର୍କ ରୁ ହତ୍ୟା କରିଥିଲୁ ବୋଲି ସ୍ୱୀକାର କରିଛନ୍ତି । ଜଣେ ଝିଅ କୁ ମୃତକ ଦିଲୀପ ଓ ମୋହନ ଭଲ ପାଉଥିବା ବେଳେ ଏହି ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା ସହ ହତ୍ୟାର ରୂପ ନେଇଥିଲା । ୧୮ ତାରିଖ ଦିନ ମୋହନ ଓ ଡାକ୍ତର ମୃତ ଦିଲୀପ କୁ ଏକ ନାଳ କୁ ନେଇ ହତ୍ୟା କରିଥିଲେ । ପୁନଶ୍ଚ ଏକ ବାଦାମ ଚାଷ ଜମି ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଯୁକ୍ତ ବାରାଫାସ ରେ ଦିଲୀପ କୁ ନେଇ ଠେଲି ଚାଲି ଆସିଥିଲେ ! ବାରାଫାସ ଦେଇଥିବା ନିକଟସ୍ଥ ଦରଲୀପଡା ଗାଁର ଦୁଇ ଚାଷୀ ଅବତାର ମାଝୀ ଓ ଚନ୍ଦ୍ର ମାଝୀ ମୃତକ ଦିଲୀପ କୁ ଦେଖି ଗୋଟିଏ ଦିନ ଲୁଚାଇବା ସହ ମୃତ ଦେହକୁ ପର ଦିନ ନଦୀ ରେ ଫୋପାଡ଼ି ଦେଇଥିଲେ । ପୋଲିସ ତଦନ୍ତ କରି ଅପରାଧରେ ବ୍ୟବହୃତ ଓ ବାରାଫାସର ସମସ୍ତ ଜିନିଷ କୁ ଜବତ କରିଛି । ତେବେ ଶନିବାର ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ଦୁଇ ଜଣକୁ ମିଶାଇ ମୋଟ ଚାରି ଜଣ କୁ କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *