ପଞ୍ଚୁଦଣ୍ଡ ପରିଚାଳନା କମିଟି ର କର୍ମକର୍ତ୍ତା ନିର୍ବାଚନ : ଏପ୍ରିଲ ୯ ରେ ତେରଶମ୍ଭୁ ମିଳନ ପାଇଁ ନିଷ୍ପତି !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ପଞ୍ଚୁଦଣ୍ଡ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ରାଜ କିଶୋର ଦାସ, ଉପସଭାପତି ବଂଶୀଧର ପଣ୍ଡା, ସମ୍ପାଦକ ଭାବେ ମଦନ ମୋହନ ପାଢୀ, ସହ ସମ୍ପାଦକ ଭଗବବାନ ପଣ୍ଡା, କୋଷାଧକ୍ଷ ଭାବେ ସୁରେଶ ଚନ୍ଦ୍ର ମହାନ୍ତି , ଅଧିକାରୀ ଭାବେ ଶିବରାମ ପ୍ରଧାନୀ, ଉପ ଅଧିକାରୀ ଭାବେ ସୁବାଷ କହଁର ଏବଂ ଉପଦେଷ୍ଟା ଭାବେ ଅଶୋକ କୁମାର ପଟ୍ଟନାୟକ, ସୋମନାଥ ପଣ୍ଡା, ଯୋଗେନ୍ଦ୍ର ଜେନା ପ୍ରମୁଖ ମନୋନୀତ ହୋଇଛନ୍ତି । ଏହାପରେ କମିଟି ଦ୍ୱାରା ଆଗାମୀ ଦିନରେ ତେରଶମ୍ଭୁ ମିଳନ ଆସନ୍ତା ଏପ୍ରିଲ ୯ ତାରିଖ ରବିବାର ଦିନ ବଜାର ଛକ ଠାରେ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥି ନିମନ୍ତେ ଆଗୁଆ ପ୍ରସ୍ତୁତି କରିବା ପାଇଁ ଆଲୋଚନା କରାଯାଇଛି । ଏହି ତେରଶମ୍ଭୁ ମିଳନ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବା ପାଇଁ କମିଟିର ସଭାପତି ଶ୍ରୀ ଦାସ ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *