ଅମରଦା ଫାଣ୍ଡିରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଅମରଦା ଫାଣ୍ଡିରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦା ଫାଣ୍ଡି ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି । ରାସଗୋବିନ୍ଦପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଏହି ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଅମରଦା ଫାଣ୍ଡି ଅଧିକାରୀ ସତ୍ୟରଞ୍ଜନ ଭୂୟାଁ, ପଞ୍ଚାୟତ ର ବରିଷ୍ଠ ନାଗରିକ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏହି ବୈଠକରେ ଅଞ୍ଚଳରେ ଘଟୁଥିବା ଘଟଣାବଳୀ ସଂପର୍କରେ ଆଲୋଚନା କରାଯାଇଥିଲା । ଭାରତୀୟ ସମ୍ବିଧାନ ନାଗରିକ ମାନଙ୍କୁ କିଛି ଅଧିକାର ପ୍ରଦାନ କରିଛି, କିନ୍ତୁ ଅଧିକାର ପାଇବାକୁ ହେଲେ ସମାଜ ପ୍ରତି କିଛି କର୍ତ୍ତବ୍ୟ ମଧ୍ୟ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ଥାନାଧିକାରୀ ଅଭିଭାଷଣ ରେ କହିଛନ୍ତି । ତେବେ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ଏବଂ ହେଲମେଟ ବାଧ୍ୟତାମୂଳକ ବୋଲି ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । ଦ୍ରୁତ ଗତିରେ ଗାଡି ଚଳାଇବା,ବୀମା ଏବଂ ପ୍ରଦୂଷଣ ପ୍ରତି ଯତ୍ନବାନ ହେବାକୁ ପୋଲିସ ପକ୍ଷରୁ ଆହ୍ବାନ କରାଯାଇଥିଲା । ଏହାଛଡା ଅଞ୍ଚଳରେ ଘଟୁଥିବା ଗୁଣି ଗାରେଡି ଭଳି ଅନ୍ଧ ବିଶ୍ବାସ ଘଟଣାକୁ କିଭଳି ରୋକାଯାଇ ପାରିବ ସେଥିପ୍ରତି ଅଞ୍ଚଳବାସୀ ଙ୍କ ସହଯୋଗ କାମନା କରିଥିଲେ ଥାନା ଅଧିକାରୀ । ସାଧାରଣ ଲୋକ ପୋଲିସ ମାଧ୍ୟମରେ କିଭଳି ସହଜରେ ସହାୟତା ପାଇପାରିବେ ତାହା ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ପୋଲିସ ଓ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିବ ବୋଲି ପୋଲିସ ଅଧିକାରୀ ମତବ୍ୟକ୍ତ କରିଛନ୍ତି । ଏପ୍ରସଙ୍ଗରେ ବରିଷ୍ଠ ନାଗରିକ ତଥା ଅଞ୍ଚଳ ମୁଖ୍ୟ ମାନେ ମତବ୍ୟକ୍ତ କରିଥିଲେ । ଅଞ୍ଚଳରେ ଘଟୁଥିବା ଛୋଟ ଛୋଟ ଅପରାଧ କୁ ଗାଁ ଲୋକଙ୍କ ଦ୍ୱାରା ସମାଧାନ ପାଇଁ ଉଦ୍ୟମ କରିବାକୁ ଆହ୍ବାନ କରାଯାଇଛି । ଅଯଥାରେ ପୋଲିସ ଯେଭଳି ହଇରାଣ ନ ହୁଅନ୍ତି, ସେଥିପ୍ରତି ଅଞ୍ଚଳବାସୀ ଙ୍କ ଉଦ୍ୟମ ଆବଶ୍ୟକ ବୋଲି କୁହାଯାଇଛି । ତେବେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ଓ ସାଧାରଣ ଜନତା ମଧ୍ୟ ରେ ଉପଯୁକ୍ତ ବନ୍ଧୁତା ସୃଷ୍ଟି ହୋଇପାରିବ ଓ ଅପରାଧ ରୋକାଯାଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *