ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବୈଷୟିକ ଶିକ୍ଷା କୁ ଶୀର୍ଷରେ ପହଞ୍ଚାଇବା ପାଇଁ OKCL ର Os – cit ପାଠ୍ୟକ୍ରମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ମାତ୍ର ତିନି ମାସ ର ଏହି ପାଠ୍ୟକ୍ରମର ସାର୍ଟିଫିକେଟ କୁ ଓପନ ୟୁନିଭର୍ସିଟି ପ୍ରଦାନ କରୁଥିବା ବେଳେ ଏହି କୋର୍ସଟି ରାଜ୍ୟ ସରକାରଙ୍କ ଅନୁମୋଦିତ ହୋଇଛି । ଏହା ସବୁ ବର୍ଗର ଲୋକଙ୍କ ପାଇଁ ହୋଇଥିବା ବେଳେ କର୍ମ ନିଯୁକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । ଏହି ପରିପ୍ରେକ୍ଷୀରେ ଆଜି ବାଙ୍କୀ ଠାରେ ମା ଚର୍ଚ୍ଚିକା ଙ୍କ ପୀଠରୁ ଏହାର ଏକ ସଚେତନତା ପରିଭ୍ରମଣ ରଥ ର ଶୁଭ ଉଦଘାଟନ ବାଙ୍କୀ ବିଧାୟକ ଦେବୀରଞନ ତ୍ରିପାଠୀ ଙ୍କ ଦ୍ୱାରା କରାଯାଇଛି ! ସମଗ୍ର କଟକ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ମାନଙ୍କରେ ଥିବା ଶାଖା ଗୁଡିକରେ ଏହା ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କଟକ ଜିଲ୍ଲାର ମୂଖ୍ୟ ସୂର୍ଯ୍ୟ ନାରାୟଣ ରାଉତ କହିଛନ୍ତି । ଆଜିର ଏ କାର୍ଯ୍ୟକ୍ରମ ରେ ବାଙ୍କୀ ଶାଖାର ପରିଚାଳନା ନିର୍ଦ୍ଦେଶକ ଦେବୀଦତ୍ତ ବିଭୂତିରାୟ ଙ୍କ ସମେତ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଜେନା , ଅନିରୁଦ୍ଧ ପରିଡା, ପାରମିତା ସାମଲ, ରଶ୍ମିତା ବେହେରା , ପ୍ରଜ୍ଞା ପାରମିତା ସାହୁ, ମମତା ମହାପାତ୍ରଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ! ବାଙ୍କୀ ବିଧାୟକ ପତାକା ଦେଖାଇ ଏହି ରଥକୁ ଉଦଘାଟନ କରି ଆଜିର ଦୁନିଆରେ ସମସ୍ତ ଙ୍କ ପାଇଁ Os-cit ପାଠ୍ୟକ୍ରମ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ ! ଅନ୍ୟ ଅତିଥି ମାନଙ୍କ ଭିତରେ ବାଙ୍କୀ ପ୍ରେସ କ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ବିଭୁ ପ୍ରସାଦ ସାମଲ, ଅନ୍ତର୍ଯ୍ୟାମୀ ନାୟକ, ବୃନ୍ଦାବନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ !

