ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଫକିରାବାଦ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର 1987 ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଶିକ୍ଷକ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବକୀ ନନ୍ଦନ ମିଶ୍ର ସଭାପତିତ୍ୱ କରିଥିବା ବେଳେ ଜୟନ୍ତ କୁମାର ଦାସ ଓ ଅଶୋକ କୁମାର ପଣ୍ଡିତ୍ରା ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ଶିକ୍ଷକ ରାଜକିଶୋର ମିଶ୍ର, ବିଷ୍ଣୁ ଚରଣ ମିଶ୍ର, ନିରଞ୍ଜନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ସିଂ, ପଞ୍ଚାନନ ବିଶ୍ୱାଳ, ହିମାଂଶୁ ଶେଖର ଦାସ, ନୃସିଂହ ଚରଣ ତ୍ରିପାଠୀ, ନନ୍ଦ କିଶୋର ଭୂଇଁଆ, ଅବଦୁଲ ଫରିଜ ଓ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମିଶ୍ର ଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଅମର କୁମାର ବେହେରା, କାର୍ତ୍ତିକ ଚନ୍ଦ୍ର ବେହେରା, ରତ୍ନାକର ସ୍ୱାଇଁ ଓ ପର୍ଶୁରାମ ଷଣ୍ଡ ପରିଚାଳନା କରିଥିଲେ l 1987 ବ୍ୟାଚ ର ଶିକ୍ଷକ ସମ୍ଭର୍ଦ୍ଧନା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଗାମୀ ଯୁବପିଢ଼ି ଙ୍କ ମନରେ ଗୁରୁ ଭକ୍ତି ଜାଗ୍ରତ କରିବା ସହ ସମାଜରେ ଗୁରୁ ଓ ଶିଷ୍ୟ ଙ୍କ ମଧ୍ୟ୍ୟରେ ସୁସମ୍ପର୍କ ବଜାୟ ରଖିବ ବୋଲି କହିଛନ୍ତି ଛାତ୍ରମାନେ l

Leave a Reply

Your email address will not be published. Required fields are marked *