ଦ୍ୱାରକାଧିଶ ଓ ସପ୍ତଋଷି ବିଗ୍ରହ ପ୍ରତିଷ୍ଠା !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ମଏଁଷା ଗ୍ରାମ ସିପିନାସୀ ଠାରେ ଦ୍ୱାରିକାଧିଶ ଓ ସପ୍ତଋଷି ବିଗ୍ରହ ସ୍ଥାପନା କରାଯାଇଛି । ପ୍ରଥମ ଦିନ ଅଙ୍କୁରାରୋପଣ, ଧ୍ୟାନିଧିବାସ, ହୋଇଥିବା ବେଳେ ଦ୍ୱିତୀୟ ଦିନ କଳସ ଯାତ୍ରା, ଗୋପୂଜା, ସୂର୍ଯ୍ୟପୂଜା, ତୃତୀୟ ଦିନରେ ସୂର୍ଯ୍ୟପୂଜା, ଗୋପୂଜା ଓ ବିଗ୍ରହ ନଗର ପରିକ୍ରମା ହୋଇଥିବା ବେଳେ ଶେଷ ଦିନରେ ବିଗ୍ରହ ପ୍ରତିଷ୍ଠା, ପୂର୍ଣ୍ଣାହୁତି ହୋଇଛି । ତ୍ରିଦାବସୀୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । କର୍ତ୍ତାକର୍ତ୍ତୀ ଭାବେ ଜଳନ୍ଧର ଜାଲି ଓ ଅନିତା ଜାଲି । ମୁଖ୍ୟ ବ୍ରାହ୍ମଣ ଆର୍ତ୍ତବନ୍ଧୁ ମିଶ୍ରଙ୍କ ସମେତ ୫ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚାରଣରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ଗ୍ରାମର ରମେଶ କରଣ, ନିରଞ୍ଜନ ଜାଲି, ପ୍ରକାଶ ସାହୁ, ଦେବେନ୍ଦ୍ର ଜାଲି, ସୁରଥ କରଣ, ସନାତନ ନାଏକ, ପବିତ୍ର ଦାସ, ଶ୍ରୀବତ୍ସ ନାଏକଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟ ସମ୍ପନ୍ନ ହୋଇଛି । ମାଳିକା ବର୍ଣ୍ଣିତ ଦେବଭୂମି ଦ୍ୱାରିକାରେ ପ୍ରାୟ ଶତାଧିକ ମହାଋଷି ନିଷିଦ୍ଧ ରାତ୍ରିରେ ମହାପ୍ରଭୁ ଜଗନ୍ନାଥ, ଦ୍ୱାରିକା ଅଧିପତି ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଦର୍ଶନରେ ଆସିଥିବା ଉଲ୍ଲେଖ ଅଛି । ୧୬୧୧ ମସିହାରେ ଶ୍ରୀମନ୍ଦିର ମାଦଳା ମାଳାରୁ ବର୍ଣ୍ଣିତ ଓଡ଼ିଶା ଶାସନର ମହାପ୍ରତାପ ମହାପରାକ୍ରମୀ ସୁବେଦାର କଲ୍ୟାଣ ମଲ୍ଲ ପ୍ରଥମ ଆକ୍ରମଣ ବିଚକ୍ଷଣତା ଭାବେ ଅଚାନକ ଦୃଷ୍ଟିପାତ କଲା ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ଗଜପତି ମହାରାଜା ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିର ସେବକଙ୍କ ଦ୍ୱାର ବିଗ୍ରହମାନଙ୍କୁ ଦୋବନ୍ଧା ଘାଟରେ ଋପ ଦ୍ୱାରା ଚିଲିକାର ଗମ୍ଭାରିଟୁଆ ପୋଢ଼ାଡ଼ି ଦେଇ ମଏଁଷା ନାସିରେ ପହଞ୍ଚିଥିଲେ । ସେଠାରେ ଚକା ପଥର ଥିବାରୁ ନାମଟି ତା’ର ଚକାନାସି ନାମରେ ନାମିତ କରାଯାଇଛି । ମଏଁଷା ଗ୍ରାମର ସର୍ବେଶ୍ୱର ମନ୍ଦିରରେ ୯ ଦିନ ଯାତ୍ରାରେ ରହିଥିଲେ ବୋଲି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ବର୍ଗ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *