ଅପପୃଷ୍ଟି ଶିକାର ଶିଶୁ , କଟକ ଶିଶୁ ଭବନରେ ଭର୍ତ୍ତି !!!

0
134

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଥିବାର ପ୍ରଚାର କରି ବାହାବା ନେଉଛନ୍ତି ସରକାର ! ହେଲେ ଏବେ ସୁଦ୍ଧା ସୁଧୁରୁନି ଅପହଞ୍ଚ ଇଲାକା ର ସ୍ଥିତି ! ଅପପୃଷ୍ଟିର ଶିକାର ଅବସ୍ଥାରେ ଉଦ୍ଧାର ହୋଇଥିବା ଯାଜପୁର ଜିଲ୍ଲା ଦାନଗଦି ଘାଟିସାହି ଗାଁର ଦୁଇ ଶିଶୁଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଏଠାରେ ଭର୍ତ୍ତି ହେବା ପରେ ସମ୍ପୃକ୍ତ ଶିଶୁ ଦୁଇଟିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ତାର ଚିକିତ୍ସା ଆରମ୍ଭ ହୋଇଛି । ତେବେ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବ ଅପୋକ୍ଷା ଭଲ ଥିଲେ ମଧ୍ୟ ଶିଶୁ କନ୍ୟାଟିର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମେଡିକାଲ କତ୍ତୃପକ୍ଷ । ସେପଟେ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ କରାଯାଉଥିବା କହିଛନ୍ତି ଶିଶୁଙ୍କ ମା ।

ଅପପୃଷ୍ଟିର ଶିକାର ହୋଇଥିବା ଦୁଇ ଭାଇ ଭଉଣୀଙ୍କ ଚିକିତ୍ସା କଟକ ଶିଶୁ ଭବନରେ ଜାରି ରହିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତରଙ୍କ ନଜର ରହିଥିବା ବେଳେ ନିଜର ଦୁଇ ପିଲାଙ୍କ ପାଖରେ ଅଛନ୍ତି ସେମାନଙ୍କ ମା ତୁଲଶୀ ହେମ୍ରମ । ତୁଳସୀ ଙ୍କର ଦୁଇ ପିଲାଙ୍କ ବୟସ ବଢିଛି ସତ କିନ୍ତୁ ଅପପୃଷ୍ଟି ଯୋଗୁଁ ଶାରୀରିକ ବିକାଶ ଯେତେ ଯେମିତି ବହୁତ ଦିନ ପୂର୍ବରୁ ଅଟକି ଯାଇଛି । ଦୁଇ ଦିନର ଚିକିତ୍ସା ପରେ ଉଭୟ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମନ୍ୟ ଉନ୍ନତି ଆସିଥିବା ବେଳେ 4 ବର୍ଷ ବୟସ୍କ କୁନି ହେମ୍ରମର ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ଅଛନ୍ତି ଡାକ୍ତର । କୁନି ଅପପୃଷ୍ଟି ସହ ସ୍ନାୟୁ ଜନିତ ରୋଗର ଶିକାର ହୋଇଥିବା ସନ୍ଦେହ କରୁଛନ୍ତି ଡାକ୍ତର । ଏଥିପାଇଁ ତାର ଏମଆରଆଇ ଓ ଇଇଜି କରିବା ପାଇଁ ନିଷ୍ପତି କରିଛନ୍ତି ଶିଶୁ ଭବନ କତ୍ତୃପକ୍ଷ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘଟିସାହି ଗ୍ରାମର ଦମ୍ପତ୍ତି ତୁଳସୀ ଓ ବାଙ୍କୁ ହେମ୍ରମଙ୍କ 8 ଟି ସନ୍ତାନ ଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଶଂ ଶିଶୁ ଅପପୃଷ୍ଟିର ଶିକାର ହୋଇଥିଲେ । ବିଶେଷ କରି ଦୁଇଟି ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ଥିବା ଜାଣି ପାରି ସ୍ଥାନୀୟ କିଛି ସ୍ବେଚ୍ଛାସେବୀଙ୍କ ଉଦ୍ୟମ ପରେ ସେମାନଙ୍କୁ ପ୍ରଥମେ ଯାଜପୁର ରୋଡ ଏନଆରସି ଓ ପରେ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଭର୍ତ୍ତି ହେବା ଉପରେ ଉଭୟ ଶିଶୁଙ୍କ ଚିକିତ୍ସା ଚାଲିଛି ଏବଂ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଥିବା କହିଛନ୍ତି ସୋମାନଙ୍କ ମା ତୁଳଶୀ ହେମ୍ରମ । ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଓଜନରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ଉଭୟଙ୍କୁ ସମ୍ପୃର୍ଣ୍ଣ ସୁସ୍ଥ ହେବା ପାଇଁ କିଛି ଅଧିକ ଦିନ ସମୟ ଲାଗିପାରେ ବୋଲି ଅନୁମାନ କରୁଛନ୍ତି ମେଡିକାଲ କତ୍ତୃପକ୍ଷ ।

LEAVE A REPLY

Please enter your comment!
Please enter your name here