କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବେଳେବେଳେ ସମାଜରେ ଏମିତି ଘଟଣା ଘଟେ ଯାହା , ସଭ୍ୟ ସମାଜର ମାନବିକତା ଉପରେ ଲଗାଇଥାଏ ପ୍ରଶ୍ନବାଚୀ ! ଡେରାବିଶ ଥାନା ତିଲଙ୍ଗ ଗ୍ରାମରେ ଘଟିଛି ଏପରି ଘଟଣା ! ମଣିଷର ପାଶବିକ କାଣ୍ଡ । ହିତାହିତ ଜ୍ଞାନ ଭୁଲିଗଲା ଯୁବକ , ରାତି ଅଧିଆ ଗୁହାଳ ଘରେ ପଶି ଏକ ଛେଳି କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଗିରଫ । ଗିରଫ ବ୍ୟକ୍ତି ତିରିଶି ବର୍ଷୀୟ ଉମାଶଙ୍କର ନାୟକ । ଗତ ଛବିଶ ତାରିଖରେ ଅଭିଯୋଗକାରି କବିତା ପ୍ରଧାନ ଙ୍କ ଗୁହାଳ ରେ ପଶି ତାଙ୍କ ଛେଲିକୁ ଦୁଷ୍କର୍ମ କରିଥିଲା ଉମାଶଙ୍କର । ଅଭିଯୋଗ ପରେ ଡେରାବିଶ ପୋଲିସ ଆସାମୀଙ୍କୁ ଉଠାଇ ଆଣି ତଦନ୍ତ ଜାରି ରଖିଥିଲା । ଆଜି ଅଭିଯୁକ୍ତ କୁ କୋର୍ଟ ଚଲାଣ କରାଯାଇଛି । ଡେରାବିଶ ଥାନାରେ ଅଭିଯୁକ୍ତ ଉମାଶଙ୍କର ନlୟକଙ୍କ ବିରୁଦ୍ଧରେ 102 / 23 ରେ ମାମଲା ରୁଜ୍ଜ ହୋଇଛି । ପୋଲିସ ଅଭିଯୁକ୍ତ ଉମାଶଙ୍କର ର ଡାକ୍ତରୀ ମlଇନା କରି କୋର୍ଟ ଚାଲାଣ କରିଛି । ଘଟଣା ରୁ ପ୍ରକାଶ ଗତ ଛବିଶ ତାରିଖ ବିଳମ୍ବିତ ରାତି ରେ ଅଭିଯୁକ୍ତ ଉମାଶଙ୍କର , କବିତା ପ୍ରଧାନ ଙ୍କ ଗୁହାଳ ରେ ପଶି ତାଙ୍କ ଛେଳି ସହ ଦୁଷ୍କର୍ମ କରିଥିଲା । କବିତା ପ୍ରଧାନ ଦେଖି ଦେବାରୁ ତାଙ୍କୁ ଅଭିଯୁକ୍ତ ଧମାକାଇ କହିଥିଲା ଆଜି ଛେଳିକୁ ଦୁଷ୍କର୍ମ କଲି, କାଲି ତମ ଗାଈକୁ ଦୁଷ୍କର୍ମ କରିବି ! ଏଥିରେ କବିତା ଭୟଭୀତ ହୋଇ ଗତକାଲି ଡେରାବିଶ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତି ରେ ଡେରାବିଶ ପୋଲିସ ଉମାଶଙ୍କର କୁ ତା ଗାଁ ରୁ ଉଠାଇ ଆଣି ଆଜି କୋର୍ଟ ଚାଲାଣ କରିଛି ! ସେପଟେ ଛେଳି କୁ ଡେରାବିଶ ପ୍ରାଣୀ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସl କରାଯାଇସିଛି ! ତେବେ ଅଧିକ ଟେଷ୍ଟ ଏବଂ ଚିକିତ୍ସା ପାଈଁ ତାକୁ ଭୁବନେଶ୍ୱର ଫରେନସି ଲ୍ୟାବ କୁ ପଠାଯିବ ବୋଲି ସୂଚନା ମିଳିଛି ।
ଭାରତୀୟ ପିଙ୍ଗଳ କୋର୍ଡ ର ଦଫା 377 : ଅଭିଯୁକ୍ତ ଗିରଫ !!!

