ଅମାନିଆ ବାଇକ ଚାଳକଙ୍କ ଉପରେ ବାଲୁଗାଁ ପୋଲିସର କାର୍ଯ୍ୟାନୁଷ୍ଠାନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ଅମାନିଆ ଓ ମଦ୍ୟପ ବାଇକ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବୁଧବାର ଦିନ ଗାନ୍ଧୀ ଛକରେ ୪ ଜଣ ଅମାନିଆ ଓ ମଦ୍ୟପ ବାଇକ ଚାଳକଙ୍କୁ ଗିରଫ କରିବା ସହ ଦୁଇଟି ବାଇକକୁ ଜବତ କରିଛି ବାଲୁଗାଁ ପୋଲିସ । ଗାନ୍ଧି ଛକରେ ଉକ୍ତ ମଦ୍ୟପ ବାଇକ ଚାଳକ ମାନେ ବିପଦପୂର୍ଣ୍ଣ ଭାବରେ ବାଇକ ଚଲେଇବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିଲେ । ଯାହା ଫଳରେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ମଦ୍ୟପ ବାଇକ ଚାଳକଙ୍କୁ କେସ ନମ୍ବର ୮୨/23 ଓ ୮୩/୨୩ ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *