ମହାନଦୀରେ ୧୨ ତମ ପୂର୍ଣ୍ଣମୀ ଆଳତି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରତ୍ୟେକ ପୂର୍ଣ୍ଣିମା ଭଳି ଚୈତ୍ର ପୂର୍ଣ୍ଣିମାରେ ମଧ୍ୟ ସଂଧ୍ୟା ୬ ଘଟିକା ସମୟରେ ଗଡଗଡିଆ ଘାଟ ଠାରେ ମହାନଦୀ ପୂଜନ କମିଟି, କଟକ ପକ୍ଷରୁ ୧୨ ତମ ମହାନଦୀ ଆଳତି ଅନୁଷ୍ଠିତ ହୋଇଯାଇଛି । ଏହି କମିଟି ଦ୍ବାରା ଆଗାମୀ ପୂର୍ଣ୍ଣମୀ ତିଥିରେ , ଏହାର ବାର୍ଷିକ ଉତ୍ସବ ପାଳନ କରିବା ସହିତ ୧୦୮ ଆଳତି ବର୍ଷ ତମାମ ହେବାକୁ ସ୍ଥିର କରାଯାଇଛି । ପ୍ରକାଶ ଥାଉକି ମହାନଦୀର ଓଡ଼ିଶା ର ବଡ଼ ନଦୀ ତଥା ଜନ ଜୀବନ ସହିତ ନିତ୍ୟ ପ୍ରତେୟ ଜଡ଼ିତ, ଚାଷ ଓ ପାନୀୟ ଜଳ ଯୋଗାଣରେ ଏହି ନଦୀର ଅବଦାନ ମା ପରି, ଏଣୁ ମହାନଦୀର ସୁରକ୍ଷା ସହିତ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଓଡ଼ିଶାର ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ମହାନଦୀ ପୂଜନ କମିଟି ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ କୁ କମିଟିର ସମସ୍ତ ସଭ୍ୟ ଏବଂ କଟକର ବିଭିନ୍ନ ସାମାଜିକ ସଂଗଠନ ପରିଚାଳନା କରିଥିଲେ । କଟକର ମୂରବୀ, ବୁଦ୍ଧିଜୀବି ଓ ସଂସ୍କୃତି ପ୍ରେମୀ ଜନସାଧାରଣ ଉପସ୍ଥିତ ରହି ଏହାକୁ ଉପୋଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *