ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଆଞ୍ଚଳିକ ସ୍ତରରେ ସେବାର ଏକ ନୂଆ ଆଶା ନେଇ ଗଢି ଉଠିଥିବା “ସମର୍ପଣ ସେବା ସଂଗଠନ” ତରଫରୁ ରବିବାର ଦିନ ମହୁଲିଆ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ ଓ ଛତା ବଣ୍ଟନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ ସଂଗଠନ ତରଫରୁ ସଂଯୋଜନା କରିଥିଲେ ସମ୍ପାଦକ – ସପନ କୁମାର ପ୍ରଧାନ , ମୁଖ୍ୟ ଅତିଥି ଭାବରେ ଶିକ୍ଷକ ସନ୍ତୋଷ କର , ସମ୍ମାନୀତ ଅତିଥି ରୂପେ ଗ୍ରାମ ସଭାପତି ଧରଣୀଧର ବଳିୟାରସିଂହ , ମହୁଲିଆ କ୍ଲବ ସଭାପତି ସୁଶୀଲ କୁମାର ପ୍ରଧାନ , ମୁଖ୍ୟ ବକ୍ତା ଭାବରେ କାର୍ତ୍ତିକ ଚନ୍ଦ୍ର ପ୍ରଧାନ ଏବଂ ଗ୍ରାମର ବରିଷ୍ଠ ନାଗରିକ ପଦ୍ମଚରଣ ବେହେରା ଯୋଗ ଦେଇଥିଲେ ! ଆଗାମୀ ଦିନରେ ଅନେକ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବା ଅନୁଷ୍ଠାନର ଲକ୍ଷ୍ୟ ରହିଛି !
ସମର୍ପଣ ସେବା ସଂଗଠନ ର ଛତା ବଣ୍ଟନ କାର୍ଯ୍ୟକ୍ରମ !!!

