ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ ଭାରତୀୟ ବିଦ୍ୟା ନିକେତନର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଦୂର୍ଗପତି ଲୋଚନ ପଶାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ମନୋରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଭାରତୀବିହାର ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ସେଠୀ ଓ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧ୍ୟାପକ ରାଜକିଶୋର ଆଚାରି, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର କୁମାର ଦାସ ଓ ଅଧ୍ୟାପକ ହିମାଂଶୁ ଶେଖର ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିପରି ଉଦଯାପନୀ ଉତ୍ସବରେ ବାଜିରାଉତ୍ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁକିନ୍ଦା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଚକ୍ର, ଅଧ୍ୟାପକ ଲକ୍ଷ୍ମୀକାନ୍ତ ଦାସ, ଆଇନିଜିବୀ ବିବେକାନନ୍ଦ ବୋଷ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଶିକ୍ଷାନୁଷ୍ଠାନ ଅଧ୍ୟୟନରତ ପିଲାମାନଙ୍କୁ ଶିକ୍ଷାଦାନ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ ସୁନାମ ଅର୍ଜନ କରିଥିବା ଅତିଥି ମାନେ ଏହାର ଉଚ୍ଚ ପ୍ରଶଂସା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଅନେକ ଶିଶୁ କଳାକାର ସେମାନଙ୍କର କଳା ପରିବେଷଣ କରି ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କ ମନ ମୋହିଥିଲେ ।ଏହି ସାଂସ୍କୃତିକ ମଞ୍ଚକୁ ଜଗବନ୍ଧୁ ବେଜ ଓ ତୋଫାନ ରଞ୍ଜନ ଦାସ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଭାରତୀୟ ବିଦ୍ୟା ନିକେତନର ୨୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

