ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ପକ୍ଷରୁ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଗ୍ନି ନିର୍ବାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଖରା ଦିନେ ଅତ୍ୟଧିକ ଗରମ ହେତୁ ଗ୍ୟାସ୍ ସିଲିଣ୍ଡର୍ ହେଉବା ମେଡିକାଲ ର ଅକ୍ସିଜେନ୍ ସିଲିଣ୍ଡର୍ ଅଥବା ବିଦ୍ୟୁତ୍ ସଟ୍ ସର୍କିଟ କାରଣରୁ ନିଆଁ ଲାଗି ଧନ ଜୀବନ କ୍ଷତି ହୋଇଥାଏ । ଏହି ସବୁ ଅଗ୍ନିକାଣ୍ଡ ରୁ କିଭଳି ଆମେ ସୁରକ୍ଷିତ ଭାବେ ବର୍ତ୍ତି ପାରିବା ଏନେଇ ଓଡ଼ିଶା ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଅଗ୍ନି ନିର୍ବାପକ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ପକ୍ଷରୁ ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିସରରେ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ପରିଜା ଙ୍କ ନେତୃତ୍ବରେ ଏକ ଅଗ୍ନି ନିର୍ବାପକ ସଚେତନା ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅଗ୍ନି ସଚେତନତା କାର୍ଯ୍ୟକ୍ରମ ରେ ବିଦ୍ୟୁତ ସଟ୍ ସର୍କିଟରେ ନିଆଁ ଲାଗିଲେ କିପରି ନିଆଁ କୁ ଆୟତ କରିପାରିବା, ଘରେ ରୋଷେଇ କରିବା ସମୟରେ ଗ୍ୟାସ୍ ସିଲିଣ୍ଡର୍ ନିଆଁ ଲାଗିଲି କିପରି ବାଲଟି ଏବଂ ଓଦା କପଡା ସାହାଯ୍ୟରେ ନିଆଁ କୁ ଆୟତ କରିପାରି ନିଜକୁ ବଞ୍ଚାଇବା ସହିତ ଧନ ଜୀବନ ରକ୍ଷା କରି ପାରିବେ ଉପସ୍ଥିତ ଥିବା ମେଡିକାଲ ର ଡ଼ାକ୍ତର ସମେତ କର୍ମଚାରୀ ଆଶା, ଅଙ୍ଗନବାଡ଼ି ସ୍ଥାନୀୟ ଜନସାଧାରଣ ମାନଙ୍କୁ ବିଭିନ୍ନ ସହଜ କୌଶଳ ଶିଖାଇବା ସହିତ ତାଲିମ୍ ଦେଇଥିଲେ । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତେ ଏକାଗ୍ରତା ସହକାରେ ଏହି ଅଗ୍ନି ନିର୍ବାପକ ସଚେତନ କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗର କର୍ମଚାରୀ ଜିତେନ୍ଦ୍ର କୁମାର ବେହେରା, ଅଜୟ କୁମାର ମହାନ୍ତି, ମାନସ ରଞ୍ଜନ ସେଠୀ, ପ୍ରସନ୍ନ କୁମାର ବେହେରା, ଅସୁରେଶ୍ଵର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସସ୍ମିତା ବେହେରା, ସ୍ବାସ୍ଥ୍ୟ କର୍ମୀ ତଡିତ କୁମାର ମଲ୍ଲିକ, ପଞ୍ଚାନନ ନାୟକ, ଶୁଭଶ୍ରୀ ପ୍ରିୟଦର୍ଶିନୀ, ଦିପ୍ତିମୟି କାଣ୍ଡି, ବସୁନ୍ଧରା ରାଉତ, କଳ୍ପନା ମହାନ୍ତି, ଜିତେନ୍ଦ୍ର ଗୋଚ୍ଛାୟତ , ନିରଞ୍ଜନ ଗୋଛୟତ ଏବଂ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଅଗ୍ନି ନିର୍ବାପକ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *