ମହାନଦୀ ତଟୋତ୍ସବର ସମାପ୍ତି ପରେ ଉତ୍ସବ ପରିସର ସଫେଇ କଲେ ବିଧାୟକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିଧାୟକ ତଥା ପୂର୍ବତନ କ୍ରୀଡା ଓ ଯୁବବ୍ୟାପର ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ଉଦ୍ୟମରେ ପ୍ରଥମ କରି ମହାନଦୀ କୂଳ ରେ ଐତିହାସିକ ପାଞ୍ଚ ଦିବସୀୟ “ମହାନଦୀ ତଟୋତ୍ସବ” ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ଆଞ୍ଚଳିକ ଠାରୁ ଆରମ୍ଭ କରି ଜାତୀୟ ସ୍ତରର ବହୁ ଅନୁଷ୍ଠାନ ଓ କଳାକାର ଯୋଗଦେଇ ସେମାନଙ୍କ କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ । ପାଞ୍ଚ ଦିନ କାର୍ଯ୍ୟକ୍ରମରେ ଅନେକ ରାଜ୍ୟମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତିତ୍ୱ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମାଜରେ ମହାନ ଅବଦାନ ପାଇଁ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଉତ୍ସବ ଅବସରରେ ହଜାର ହଜାର ବ୍ୟବସାୟୀ, ହସ୍ତଶିଳ୍ପୀ, କୁଟିରଶିଳ୍ପୀ ଓ ସ୍ଵୟଂ ସହାୟକ ଗୋଷ୍ଠୀ ସମୂହ ସେମାନଙ୍କର ବ୍ୟବସାୟ ପ୍ରତିଷ୍ଠାନ ଖୋଲି ଭଲ ବ୍ୟବସାୟ କରିଥିଲେ । ଉତ୍ସବ ସ୍ଥଳକୁ ଲକ୍ଷାଧିକ ଜନ ସମାଗମ ହୋଇଥିବାବେଳେ ଉତ୍ସବ ପରେ ଅଞ୍ଚଳଟି ବହୁ ଅଳିଆ, ଆବର୍ଜନା ଓ ବର୍ଜ୍ୟବସ୍ତୁରେ ପରିପୂର୍ଣ୍ଣ ହୋଇ ପଡିଥିବା ଦେଖି ବିଧାୟକ ଚନ୍ଦ୍ର ସାରଥୀ ବେହେରା ନିଜେ ଓ ସହକର୍ମୀ ମାନଙ୍କ ସହାୟତାରେ ଆଜି କାଳବୈଶାଖୀ ପବନ ଓ ଧୂଳି ଝଡ ସତ୍ତ୍ୱେ ସଫେଇ ଅଭିଯାନ ଚାଲୁ ରଖିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *