ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗର ବିଭିନ୍ନ ପଦବୀ ଖାଲି ପଡ଼ିଛି !!!

0
250

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗରେ ବିଭିନ୍ନ ପଦ ପଦବୀ ଖାଲି ପଡ଼ିଛି । ମୁଖ୍ୟତଃ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପଦଵୀଟି ଖାଲି ପଡ଼ିଛି ।ଏହାର ଦାୟିତ୍ୱ ବର୍ତ୍ତମାନ କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କୁ ଦିଆଯାଇଛି, ସେହି ଭଳି ଦୀର୍ଘ ଦିନ ହେଲା କିରାଣୀ ପଦଵୀ ଖାଲି ପଡ଼ିଛି । କେବଳ ବର୍ତ୍ତମାନ ଚତୁର୍ଥ ଶ୍ରେଣୀ କର୍ମଚାରୀ ତିନି ଜଣ ଅଛନ୍ତି । ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ପଡିଲେ ଜିଲ୍ଲାବାସୀ ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପ୍ରକାଶ ଥାଉ କି କିଛି ମାସ ହେଲା ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକଙ୍କ କରୋନାରେ ମୃତ୍ୟୁ ବରଣ କରିଥିଲେ ତାଙ୍କ ମୃତ୍ୟୁ ପରେ କ୍ରୀଡା ଅଧିକାରୀ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏଣୁ ସ୍ଥାୟୀ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ପଦବୀ ରେ ନିଯୁକ୍ତି ପାଇଁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here