କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉତ୍ସବ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ! ଓଡ଼ିଶା ଏକ ସଂସ୍କୃତି ସମ୍ପନ୍ନ ଓ ଶାନ୍ତିପ୍ରିୟ ରାଜ୍ୟ । ଶିଶୁମାନେ ହିଁ ବନ୍ଧୁ ଗଢ଼ି ପାରନ୍ତି ଓ ବନ୍ଧୁ ବି ହୋଇଯାଆନ୍ତି, କାରଣ ଏହି ଶିଶୁମାନେ ଭାଗ୍ୟବାନ ଯେ ଏମାନେ ଜଗନ୍ନାଥଙ୍କ ଭୂମିରେ ଜନ୍ମ ହୋଇଛନ୍ତି ଓ ଶିଶୁମାନଙ୍କର କୌଣସି ସରହଦ ନାହି , ତେଣୁ ଶିକ୍ଷକ ମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟର ଉନ୍ନତି ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗଠନ ମୂଳକ ପରାମର୍ଶ ଦେଇଥିଲେ । ତତ ସହିତ ବିଧାୟକ ଶ୍ରୀ ବେହେରା ବିଦ୍ୟାଳୟର ଏକ ଗୃହ ନିର୍ମାଣ ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିଚାଳନା ସମିତିର ସମ୍ପାଦକ ନବଘନ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ଵାଳ ବିବରଣୀ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଡ.ହେମନ୍ତ ଦାସ, ହୃଷୀକେଶ ଜେନା,ରାଧାକୃଷ୍ଣ ସ୍ୱାଇଁ ଓ ଅଶୋକ ପଟ୍ଟନାୟକଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିବା ସହିତ ରୌପ୍ୟ ଜୟନ୍ତୀ ସ୍ମରଣିକା “ଦୀପିକା ” ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କର, ଉପ ସଭାପତି ସନ୍ତୋଷ ତ୍ରିପାଠୀ, ସହ ସମ୍ପାଦକ ପ୍ରଭାତ ମଲ୍ଲିକ, ପରେଶ୍ ନାଥ ସାହୁ, ପ୍ରଦୀପ କର, ପ୍ରଦୀପ ସ୍ୱାଇଁଙ୍କ ସମେତ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ , ଗୁରୂମା , ବିଦ୍ୟାଳୟର ୧୪ ଜଣିଆ ମାତୃଭାରତୀ ମଣ୍ଡଳୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *