MBK, CRP ଓ ବ୍ୟାଙ୍କ ମିତ୍ରା ନିଯୁକ୍ତି ରେ ଚଞ୍ଚକତା : ତହସିଲଦାର ଙ୍କୁ ଦାବିପତ୍ର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପଞ୍ଚାୟତରେ ଏମବିକେ , ସିଆରପି ଓ ବ୍ୟାଙ୍କ ମିତ୍ର ପଦବୀ ପୂରଣ ପାଇଁ ଓଡିଶା ସରକାର ଘୋଷଣା କରିବା ପରେ ଚଳ ଚଞ୍ଚଳ ହୋଇ ପଡିଛନ୍ତି ପ୍ରାର୍ଥୀ । ଏପରିକି ପଦବୀ ପାଇଁ ସରକାରୀ ନିୟମକୁ ନ ମାନି ଅନ୍ୟ ପଞ୍ଚାୟତର ପ୍ରାର୍ଥୀ ମାନେ ଆବେଦନ କରିବାରେ ଲାଗି ପଡିଛନ୍ତି । ଜାଲ ରେସିଡେଣ୍ଟ ସାର୍ଟିଫିକେଟ ନେଇ ପଦବୀ ହାତେଇବାକୁ ପଛାଉ ନାହାନ୍ତି ପ୍ରାର୍ଥୀମାନେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡେରାବିଶ ବ୍ଲକ ଅଧିନସ୍ଥ କାଉପଡା ପଞ୍ଚାୟତରେ ।ଅଭିଯୋଗ ଅନୁଯାୟୀ ଭାଗ୍ୟଶ୍ରୀ ଓଝାଙ୍କ ବାସ ସ୍ଥାନ ନିକିରାଇ ହୋଇଥିବା ବେଳେ ସେ କାଉପଡା ପଂଚାୟତରେ ପଦବୀ ପାଇଁ ଆବେଦନ କରିବା ନେଇ ତେଜୁଛି ବିବାଦ । ଆଜି ପଞ୍ଚାୟତର ଅନେକ ମହିଳା ସ୍ଥାନୀୟ ଡେରାବିଶ ତହସିଲଦାରଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିଲେ । କେଉଁ ଆଧାରରେ କାଶୀନାଥ ଓଝା ଯିଏକି ନିକିରାଇ ଅଞ୍ଚଳର ଜଣେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ତାଙ୍କ ଝିଅ ଭାଗ୍ୟଶ୍ରୀଙ୍କୁ କାଉପଡା ପଞ୍ଚାୟତର ବାସିନ୍ଦା ଭାବେ ସାର୍ଟିଫିକେଟ ପ୍ରଦାନ କରିବା ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ମହିଳା ।ଅପରପକ୍ଷେ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପାଇଁ ସିଧାସଳଖ ମନା କରି ଦେଇଥିଲେ ତହସିଲଦାର ଅକ୍ଷୟ କୁମାର ପରିଡା । ମହିଳା ମାନେ ବିଡ଼ିଓ ତହସିଲଦାରଙ୍କ ସମେତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ପଞ୍ଚାୟତରେ ଅନ୍ୟ ପଞ୍ଚାୟତର ପ୍ରାର୍ଥୀ ମାନେ ଯେପରି କୌଣସି ପଦବୀ ଆବେଦନ କରିପାରିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଉପରିସ୍ଥ ଅଧିକାରୀଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *