ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବ୍ୟାଙ୍କ ମିତ୍ର ପଦବୀ ନିଯୁକ୍ତି ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇ ଗତ ୪ ତାରିଖରେ ନିଯୁକ୍ତି ସଂପର୍କୀୟ ମେଧା ତାଲିକା ବ୍ଲକ ପ୍ରଶାସନ ତରଫରୁ ବିଜ୍ଞାପନ ମାଧ୍ୟମରେ ପ୍ରକାଶ କରାଯାଇଥିଲା । ଏଥିରେ ଅସାଧୁ ଉପାୟରେ ନିଯୁକ୍ତି ପ୍ରକ୍ରିୟା କରାଯାଇଥିବା ସଂପର୍କରେ ବାଙ୍କୀ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦରଖାସ୍ତ କରାଯିବାର ଶେଷ ତାରିଖ ୧୮ ମାର୍ଚ୍ଚ ଅପରାହ୍ନ ୫ଘଟିକା ଥିବା ସତ୍ତ୍ୱେ ତା ପରେ ମଧ୍ୟ ଦରଖାସ୍ତକାରୀଙ୍କ ଠାରୁ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଦରଖାସ୍ତ ଗ୍ରହଣ କରିଛନ୍ତି । ଦରଖାସ୍ତକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଏକ ସି.ଏଲ୍.ଏଫ୍ ମଞ୍ଚରେ ହେବା ପାଇଁ ନିୟମ ଥିବା ବେଳେ ଦରଖାସ୍ତକାରିଣୀ ମାନେ ଅନ୍ୟାନ୍ୟ ମଞ୍ଚରେ ଆବେଦନ କରିଅନ୍ତି ଏବଂ ସେମାନଙ୍କୁ ବେଆଇନ୍ ଭାବରେ ନିଯୁକ୍ତି ଦିଆଯାଇଛି । ଏମ୍.ବି.କେ, ସିଆର.ପି ଏବଂ ବ୍ୟାଙ୍କ ମିତ୍ରର ଚୂଡାନ୍ତ ମେଧା ତାଲିକା ୪ ମେ ଥିବା ସତ୍ତ୍ୱେ ବ୍ଲକ ଅଧିକାରୀ ମାନେ ଜାଣିଶୁଣି ଏହି ଚିଠିକୁ ୪ ଦିନ ବିଳମ୍ବରେ ଅର୍ଥାତ୍ ୮ ମେ ୨୦୨୩ରେ ବ୍ରହ୍ମପୁରା ଗ୍ରାମପଞ୍ଚାୟତକୁ ଅବଗତି ନିମନ୍ତେ ଦିଆଯାଇଛି । ଫଳରେ ଅଭିଯୋଗ କରାଯିବା ପାଇଁ ଥିବା ସମୟ ସୀମା ଅତିକ୍ରମ କରାଯାଇଛି ଯାହାକି ଆଇନ୍ ବିରୁଦ୍ଧ ଅଟେ । ତେଣୁ ଅଭିଯୋଗକାରିଣୀ ମାନେ ବାଙ୍କୀ ଉପଜିଲ୍ଳାପାଳଙ୍କ ପାଖରେ ଉପସ୍ଥିତ ରହି ଚୂଡାନ୍ତ ତାଲିକା ପ୍ରକାଶନର ସମୟ ସୀମାକୁ ଅଧିକ ସାତଦିନ ପ୍ରଦାନ କରାଯିବାକୁ ଦାବି କରିଛନ୍ତି । ଅଭିଯୋଗକାରିଣୀ ରାଧାମଣି ଜେନା, ସନ୍ଧ୍ୟାରାଣୀ ରାଉତ, ଝୁନା ରାଜ, ବିଷ୍ଣୁପ୍ରିୟା ସାମଲ, କବିତାବାଳା ବେହେରା, ମଞ୍ଜୁଲତା ରାଉତଙ୍କ ସମେତ ବହୁ ମହିଳା ବାଙ୍କୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ସଂପର୍କରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ବ୍ୟାଙ୍କ ମିତ୍ର ନିଯୁକ୍ତି ନେଇ ବ୍ରହ୍ମପୁରା ରେ ତେଜୁଛି ଅସନ୍ତୋଷ !!!

