ବାରହା ଫାସ ରେ ପଡି ଯୁବକ ଙ୍କ ମୃତ୍ୟୁ !!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରିଆ : ଜଙ୍ଗଲ ରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାସ ରେ ପଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ସୁଚନା ଅନୁସାରେ କଲମପୁର ବ୍ଲକ ଦରଲୀପଡା ନିକଟରେ ଥିବା ଜଙ୍ଗଲ ମଧ୍ୟରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଫାସ ବସା ଯାଇଥିଲା , ସେହି ଫାସ ରେ ପଡି ଜୟପାଟଣା ବ୍ଲକ କଦୋପଦର ଗ୍ରାମର ଗଜାନନ କଣ୍ଟା ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି । ଜଙ୍ଗଲରେ ବେଆଇନ ଭାବେ ପଶୁପକ୍ଷୀ ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗ ର ନିଷ୍କ୍ରିୟତା ଯୋଗୁ ଶିକାରୀ ମାନେ ଅବାଧ ରେ ଜନ୍ତୁଶିକାର କରୁଛନ୍ତି ଅଜାଣତରେ ଏହି ଫାସ ରେ ପଡି ନିରୀହ ଲୋକଙ୍କ ଜୀବନ ଯାଉଛି . ଏପରି ଘଟଣା ପରେ କଲମପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି .

Leave a Reply

Your email address will not be published. Required fields are marked *