ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶିକ୍ଷା ବିକାଶ ସମିତି, ଓଡ଼ିଶା ଙ୍କ ଯୋଜନା କ୍ରମେ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ତିନି ଦିନ ଧରି ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳା ରେ ଜିଲ୍ଲାର ଛଅଟି ଶିଶୁ ମନ୍ଦିର ର ମୋଟ ୪୯ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ଏଇ କାର୍ଯ୍ୟଶାଳାର ଶୁଭ ଉଦ୍ଘାଟନ ପୂଜ୍ୟ ରାମାନନ୍ଦଜୀଙ୍କ ଦ୍ବାରା ହୋଇଥିଲା ବେଳେ ସମାରୋପ ଉତ୍ସବରେ ଶ୍ରୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ରୂପେ ଓ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଡ:ଶଙ୍କର ପ୍ରସାଦ ବକ୍ସି, ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ଶ୍ରୀମତୀ ସୁଷମା ଦାଶ, ଶ୍ରୀ ଜନ୍ମଜୟ ସାହୁ, ଶ୍ରୀ ହରିମୋହନ ପଟ୍ଟନାୟକ ଇତ୍ୟାଦି ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ ରହିଥିଲେ । ଶିଶୁବାଟିକା ସଂଯୋଜକ ଶ୍ରୀ ଅରୁଣ କୁମାର ବାଗ, ସଂକୁଳ ପ୍ରମୁଖ ଶ୍ରୀ ରାଜେନ୍ଦ୍ର କୁମାର ପଢ଼ିଆରୀ ଓ ସଂକୁଳ ସଂଯୋଜକ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣ ଟି ପରିଚାଳିତ ହୋଇଥିଲା ।
ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ !!!

